ଋାୟଗଡାର ମିଶନଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

● ଚାଷି, ମହିଳା ଓ ଯୁବକଙ୍କୁ ସଶକ୍ତିକରଣ କରି ନୂଆ ଓଡିଶାର ପରିଚୟ ସୃଷ୍ଟି କରିବା – ମୁଖ୍ୟମନ୍ତ୍ରୀ

● କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ

● ୧୨୫୦କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା,୨୭/୨ : ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମହିଳା ସଶକ୍ତିକରଣ ସମାବେଶ’ରେ ଯୋଗଦେବାକୁ ଆଜି ଦିନିକିଆ ରାୟଗଡା ଗସ୍ତରେ ଆସି ପହଞ୍ଚିଥିଲେ । ଏହି ସମାବେଶରେ ଯୋଗଦେବାର ନିର୍ଧାରିତ ସମୟଠାରୁ ୨ଘଣ୍ଟା ବିଳମ୍ବରେ ପହଞ୍ଚିଥିବା ଯୋଗୁଁ ସଭାମଞ୍ଚରେ ଉପସ୍ଥିତ ୧ଲକ୍ଷ ମହିଳାଙ୍କୁ ଜୁହାର କହି କ୍ଷମା ପ୍ରାର୍ଥନା ମାଗିଥିଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ନିମନ୍ତେ ସକାଳ ୯ଟା ସମୟରୁ ରାୟଗଡା ଜିଲ୍ଳାର କୋଣ ଅଣୁକୋଣରୁ ଲକ୍ଷାଧିକ ମହିଳା ମୁଖ୍ୟମନ୍ତୀଙ୍କ ଭାଷଣ ଶୁଣିବା ପାଇଁ ଯୋଗ ଦେଇଥିବା ବେଳେ ନିର୍ଦ୍ଧାରିତ ସମୟ ୧୧ଟା ୪୫ ପରିବର୍ତେ ଅପରାହ୍ନ ସାଢେ ୨ଟା ସମୟରେ ହେଲିକେପ୍ଟର ଯୋଗେ ସଭାସ୍ଥଳରେ ଥିବା ହେଲିପେଡରେ ଅବତରଣ କରିଥିଲେ । କିନ୍ତୁ ସୂଚନା ମୁତାବକ ହେଲିକେପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଲାଜିଂଗଡ ହେଲିପେଡରୁ ରାୟଗଡା ସଭାସ୍ଥଳକୁ ସିଧାସଳଖ ଆସିବାର ଥିବା ବେଳେ ପ୍ରତିକୂଳ ପାଗ ଯୋଗୁଁ ସେ ଜୟପୁରରେ ଅବତରଣ କରିଥିଲେ । ପରେ ସେଠାରୁ ପୁଣି ହେଲିକେପ୍ଟର ଯୋଗେ ରାୟଗଡାକୁ ଫେରିଥିଲେ ।

ମହିଳା ସଶକ୍ତିକରଣ ମାଧ୍ୟମରେ ୬ଲକ୍ଷ ସ୍ୱଂୟ ସହାୟିକା ଗୋଷ୍ଠୀ ଗଠନ କରି ୭୦ଲକ୍ଷ ମହିଳାଙ୍କୁ ସାମିଲ କରାଯାଇ ସେମାନଙ୍କ ଆର୍ଥିକ ରୋଜଗାର କ୍ଷେତ୍ରରେ ସମସ୍ତ ଗୃପ ବାର୍ଷିକ ଶୂନ ପ୍ରତିଶତ ହାରରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବା ପାଇଁ ରାଜ୍ୟ ସରକାର ସୁବିଧା କରିଦେଇଥିବା ବେଳେ ମହିଳାଙ୍କ ନେତୃତ୍ୱ ଓଡିଶାକୁ ଏକ ନୂଆ ବାଟ ଦେଖାଇପାରିଛି । ଫଳରେ ବିଭିନ୍ନ କ୍ଷେତ୍ରରେ ଏମାନଙ୍କ ପାଇଁ ୩୩ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବାକୁ କେନ୍ଦ୍ର ପାଖରେ ଦାବି ଜାରି ରଖିଛି ଏବଂ ରାଜ୍ୟରେ ଚାଷି ପରିବାରର କଲ୍ୟାଣ ନିମେନ୍ତେ ଭୂମିହୀନ,ଭାଗ ଚାଷି,ଚାଷ ଶ୍ରମିକ,କ୍ଷୁଦ୍ର ଓ ନାମମାତ୍ର ଚାଷିଙ୍କୁ କାଳିଆ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ ଥିବା ବେଳେ ସେମାନଙ୍କ ପିଲାମାନଙ୍କୁ ସ୍କଲରାସିପ୍ ଜରିଆରେ ତାଙ୍କର ପାଠପଢା ବ୍ୟବସ୍ଥା କରାଯାଇଛି । କାଳିଆ ଯୋଜନାର ପ୍ରଥମ କିସ୍ତି ମିଳି ସାରିଥିବା ବେଳେ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଏହାର ଦ୍ୱିତୀୟ କିସ୍ତିରେ ସମସ୍ତ ପଞ୍ଜିକୃତ ଚାଷିଙ୍କ ଜମାଖାତାକୁ ଟଙ୍କା ପଠାଯିବ ବୋଲି କହିବା ସହ କାଳିଆ ଯୋଜନା ଏକ ଐତିହାସିକ ପଦକ୍ଷେପ ହୋଇଥିବାରୁ ଏହାକୁ କେହି ହେଲେ ବନ୍ଦ କରିପାରିବେ ନାହିଁ ଏବଂ ଏହା ଆପଣମାନଙ୍କ ଟଙ୍କା ଓ ଆପଣଙ୍କ ହକ୍ ତେବେ କିଛି ଲୋକ ଏହା ବନ୍ଦ ହୋଇଯିବ ବୋଲି ମିଥ୍ୟା ଅପପ୍ରଚାର କରୁଛନ୍ତି ବୋଲି ରାୟଗଡ ସହର ଉପକଣ୍ଠସ୍ଥିତ ଖଲିଗୁଡା ଗ୍ରାମ ୩୨୬ନମ୍ବର ଜାତୀୟ ରାଜପଥ କଡରେ ଥିବା ପଡିଆ ଠାରେ ମିଶନ ଶକ୍ତି ବିଭାଗ ଦ୍ୱାରା ଆୟୋଜିତ ମହିଳା ସଶକ୍ତିକରଣ ସମାବେଶ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଆଗକୁ ମୂଖ୍ୟମନ୍ତ୍ରୀ କହିଲେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କିଛି ସୁବିଧା ନଥିବା ବେଳେ ବହୁ ଚାଷି ଏଥିରୁ ବାଦ ପଡିଛନ୍ତି ଏବଂ ପ୍ରେତ୍ସାହନ ରାଶି ୬ହଜାର ଟଙ୍କା ପରିବର୍ତେ ୧୦ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବି କରିଥିବା ସେ କହିଥିଲେ । ସେହିପରି ଚାଷି, ମହିଳା ଓ ଯୁବକଙ୍କୁ ସଶକ୍ତିକରଣ କରି ନୂଆ ଓଡିଶାର ପରିଚୟ ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି କହିଥିଲେ ମୂଖ୍ୟମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୨୫୦କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରି ସମାବେଶରେ ଆପଣ ମାନେ ଖୁସି ତ, ମୁଁ ବି ଖୁସି ବୋଲି ସମ୍ବୋଧନ କରିଥିଲେ । ସେହିପରି ରାୟଗଡା ଜିଲ୍ଳାରେ ୫୩୨ କୋଟି ୫୮ଲକ୍ଷ ୫୧ହଜାର ଟଙ୍କା ବ୍ୟୟ ଅଟକଳରେ ୪୮ଟି ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ସ୍ଥାପନ ସହ ୨୦୪କୋଟି ୮୪ଲକ୍ଷ ୩୭ହଜାର ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ପ୍ରକଳ୍ପକୁ ଲୋର୍କାପିତ କରିଥିଲେ । ଏହି ଅବସରରେ ୧୫୦୦ଜଣ ନିର୍ମାଣ ଶ୍ରମିକକୁ ସାଇକେଲ,୧୧୮୯ଜଣଙ୍କୁ ମଧୁବାବୁ ପେନସନ, ୧୨୯୭ଜଣଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା, ୧୪୪ଟି ସ୍ୱଂୟ ସହାୟକ ଗୋଷ୍ଠିଙ୍କୁ ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ ଏବଂ ରାୟଗଡା ଜିଲ୍ଳାର ୧୧ଟି ପ୍ରକଳ୍ପରେ ୬୭୨୯ଟି ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ୧୦କୋଟି ୯ଲକ୍ଷ ପ୍ରଦାନ କରାଯାଇଥିବା ବେଳେ ୬୭୩୫ଗୋଟି ଏସଏଚଜିକୁ ୨କୋଟି ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ସେହିପରି ୧୧ଟି ବ୍ଳକସ୍ତରୀୟ ମହାସଂଘକୁ ୨କୋଟି ୭୫ଲକ୍ଷ ଆର୍ଥିକ ସହାୟତା ଓ ରାୟଗଡା ଜିଲ୍ଳାର ୧୧ଟି ପ୍ରକଳ୍ପର୧୭୬୪ ଅଙ୍ଗନୱାଡି କର୍ମୀ ଏବଂ ୧୩୨୬ ଅଙ୍ଗନୱାଡି ସହାୟିକାଙ୍କୁ ୪୨ଲକ୍ଷ ୭୮ହଜାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ସଭାମଂଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଗୀତ ପରିବେଷଣ କରାଯାଇଥିଲା । ଏଥିରେ ନିୟମଗିିରି ପାହାଡର ଜନଜାତି ଡଙ୍ଗରିଆ କନ୍ଧ ସଂପ୍ରଦାୟର ମହିଳାମାନେ ନିଜର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ମହିଳାମାନେ ନାଚିଝୁମି ମଜ୍ଜା ଉଠାଇଥିଲେ । ସେହିପରି ଲକ୍ଷାଧିକ ମହିଳାଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୨୦ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଳ ସାମଲ, ବିଧାୟକ ପ୍ରଣବ ପ୍ରତାପ ଦାଶ, କୋରାପୁଟ ଲୋକସଭା ସାଂସଦ ଝିନ୍ନ ହିକକା, ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସୁଧୀର କୁମାର ଦାସ, ରାୟଗଡା ବିଧାୟକ ଲାଲବିହାରୀ ହିମିରକା, ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ, ଜିଲ୍ଳା ବିଜେଡି ମହିଳା ସଭାନେତ୍ରୀ ଅନୁସୂୟା ମାଝି, ଏସଡିସି ଅଧ୍ୟକ୍ଷ ଜଗନ୍ନାଥ ନୃଣ୍ଡ୍ରୁକା, ମିଶନଶକ୍ତି ଅଧ୍ୟକ୍ଷା ସୁଜାତା କାର୍ତିକେୟନ, ମହିଳା ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ସର୍ବଣା ବିବେକ ଏମ.ଙ୍କ ସମେତ ଅନ୍ୟ ଜିଲ୍ଳା ପଦସ୍ଥ ଅଧିକାରୀ ଓ ଜିଲ୍ଳାର ବହୁ ବିଜେଡି କର୍ମୀ, ବିଜୁ ଯୁବ ବାହିନୀର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.