ୟୁକ୍ରେନରେ କନ୍ଧମାଳର ଛାତ୍ର: ପରିବାର ଚିନ୍ତାରେ, ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ନିବେଦନ

ଓଡ଼ିଆ ବାର୍ତ୍ତା/କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଗତ ଦୁଇ ଦିନ ହେଲା ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ବୋମା ମାଡ ରେ ୟୁକ୍ରେନ ର ସେନା ଘାଟି, ସାମରିକ ସ୍ଥଳ ଆଦି ଧ୍ବଂସ ହେଵା ସହ ଶତାଧିକ ଲୋକ ପ୍ରାଣ ହରାଇଲେଣି । ଏପଟେ ଉଚ୍ଚ ଶିକ୍ଷl ପାଇଁ ଓ ଚାକିରୀ କରୁଥିବା ୟୁକ୍ରେନର ବିଭିନ୍ନ ସହରେ ଅନେକ ଓଡିଆ ଛାତ୍ରଛାତ୍ରୀ ଫଶି ରହିଛନ୍ତି । ଏପରି ସ୍ଥଳେ କନ୍ଧମାଳ ଜିଲା ଫୁଲବାଣୀ ସହରର ବ୍ରାହ୍ମଣ ସାହିରେ ରହୁଥିବା କୁମୁଦ ଚନ୍ଦ୍ର ମଲ୍ଲିକ ଓ ଦ୍ରୌପଦି କହଁରଙ୍କ ପୁଅ ଜଗଦୀପ ମଲ୍ଲିକ ଜଣେ ଡାକ୍ତରୀ ପଢ଼ୁଆ ଛାତ୍ର । ୟୁକ୍ରେନର ସହର ଡିମ୍ପପ୍ରୋରେ ଫସି ରହିଛନ୍ତି । ଜଗଦୀପ୍ ମଲ୍ଲିକ ଡିମ୍ପପ୍ରୋ ପେଟ୍ରୋ ଭୋକ୍ସ ଷ୍ଟେଟ ମେଡିକାଲ କଲେଜର ଚତୁର୍ଥ ବର୍ଷ ଅଧୟନ କରୁଛନ୍ତି । ଗତ କାଲିଠାରୁ ବୋମା ବର୍ଷଣର ଶବ୍ଦ ଶୁଭୁଥିବାରୁ ଭୟ ଓ ଆଶଙ୍କାରେ ରହିଛନ୍ତି ସେ । ଏପଟେ ବାପା ମାଙ୍କ ଗୋଟିଏ ପୁଅ ଜଗଦୀପ । ପରିବାରର ଚିନ୍ତା କିପରି ସୁରକ୍ଷିତ ଭବରେ ପୁଅ ପହଁଞ୍ଚିବ । ଜଗଦୀପ ଚାରି ବର୍ଷ ହେଲା ସେଠାରେ ରହି ଡାକ୍ତରୀପାଠ ପଢୁଛନ୍ତି । ତେବେ ପରିସ୍ଥିତିକୁ ଦେଖି ନିକଟସ୍ଥ ଦୋକାନରୁ ସାଙ୍ଗ ମାନଙ୍କ ସହ କିଛି ଦିନର ସୌଦା କିଣି ଆଣିଛନ୍ତି । ତେବେ ପୁଅ ଭଲରେ ଅଛି ବୋଲି ପୁଅ ଜଗଦୀପ ବାପା ମାଙ୍କୁ ଭିଡିଓ କଲ ଯୋଗେ କହିଛନ୍ତି । ଜଗଦୀପ ଓ ସାଙ୍ଗ ମାନଙ୍କ ଭିତରେ ଏକ ଭୟର ବାତାବରଣ ଖେଳି ଯାଇଛି ବୋଲି ବାପା କହିଛନ୍ତି । ସୁରକ୍ଷିତ ଭାବେ ଜଗଦୀପ ସହ ସମସ୍ତ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଜଗଦୀପଙ୍କ ବାପା ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ, କୁମୁଦ ଚନ୍ଦ୍ର ମଲ୍ଲିକ ଓ କ.ନୂଆଗାଁ ସି.ଡି.ପି.ଓ. ଦ୍ରୌପଦୀ କହଁର ନିବେଦନ କରିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.