ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦୁଇ ଦୁଇଥର ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିବା ରାଜ୍ୟର ଭେଟେରାନ୍ ଲିଡର୍ ହେମାନନ୍ଦ ବିଶ୍ଵାଳଙ୍କ ଆବର୍ତ୍ତମାନରେ ଏକ ଯୁଗର ଅବସାନ ଘଟିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଆଜି ତାଙ୍କର ଦେହାନ୍ତ ଘଟଣା ଓଡ଼ିଶାର ରାଜନୈତିକ ମହଲ ଓ ସାଧାରଣରେ ଶୋକ ଖେଳାଇଦେଇଛି । ଦୁଇଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ହେମାନନ୍ଦ । ପ୍ରଥମେ ସେ ୧୯୮୯ ମସିହା ଡିସେମ୍ବର ୭ ତାରିଖରୁ ୧୯୯୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଏବଂ ଏହାପରେ ସେ ୧୯୯୯ ମସିହା ଡିସେମ୍ବର ୬ରୁ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ସେ ବସିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.