ବିଶ୍ବ ରକ୍ତଦାତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ବିଶ୍ବ ରକ୍ତଦାତା ଦିବସ ଉପଲକ୍ଷେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଧର୍ମଗଡ ମଡର୍ଣ୍ଣ ଡିଗ୍ରୀ କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଯୁବ ରେଡକ୍ରସ ବିଭାଗ ତରଫରୁ ଆୟୋଜିତ ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟ ନାୟକ ଉଦ୍ଘାଟନ କରିଥିଲେ । ଉପଖଣ୍ଡ ଆରକ୍ଷୀ ଅଧିକାରୀ ଧିରଜ କୁମାର ଚୋପଦାର ମୂଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମହାବିଦ୍ୟାଳୟର ନିର୍ଦ୍ଦେଶକ ଡ.ପ୍ରଶାନ୍ତ କୁମାର ଯୋଷୀ, ଅଧ୍ୟକ୍ଷା ଦିପିକା ରାଣୀ ଦାଶ, ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ, ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡା, ଯୁବରେଡକ୍ରସ ପରାମର୍ଶଦାତା ସରୋଜ କୁମାର ପଣ୍ଡା, ସଂଜିବ କୁମାର ମୁଣ୍ଡ, ରାଜେଶ କୁମାର ମୁଣ୍ଡ, ଗୋବିନ୍ଦ ସାହୁ, ସରୋଜ ପଟ୍ଟଯୋଷି ପ୍ରମୁଖ ଶିବିରରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଯୁବ ରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ୪୯ତମ ରକ୍ତଦାନ କରିଥିବାବେଳେ ମହାବିଦ୍ୟାଳୟର ନିର୍ଦ୍ଦେଶକ ଡ.ପ୍ରଶାନ୍ତ କୁମାର ଯୋଷୀ, ଯୁବରେଡକ୍ରସ ପରାମର୍ଶଦାତା ଡ. ନୃସିଂହାନନ୍ଦ ସାସମଲ, ଦଶମନ୍ତ ରଣାଙ୍କ ସହିତ ସ୍ବେଚ୍ଛାସେବୀ ଅୟସକାନ୍ତ ପରିଡା, ତନ୍ମୟ ପଣ୍ଡା, ଭୁଜବଳ ବନ୍ଦିଛୋଡ, ହେମନ୍ତ ଯୋଷୀ, ହିତାନ୍ସୁ ମହାନ୍ତି, ଅଜୟ ପାଣିଗ୍ରାହୀ, ମୁକେଶ ମଶ୍ରା, ବିନୀତ ଦାଶ, ସ୍ନେହାଶିସ ଦାସ, ବିରଞ୍ଚି ଭଇଁସାଲ, ସୁଭସ୍ମିତା ପଣ୍ଡା ସୁମନ୍ତ ପାଢ଼ୀ ପ୍ରମୁଖ ରକ୍ତଦାନ କରିଥିଲେ । ଓଡିଶା ରକ୍ତ ଭଣ୍ଡାରର ଲ୍ୟାବ ଟେକନିସିଆନ ରାକେଶ ସିଂ, ସୁରେନ୍ଦ୍ର ସାହୁ, ଭରତ ଚନ୍ଦ୍ର କାଣ୍ଡ, ଶଶି ବାଗ, ଲାବଣ୍ୟ ପଟେଲ ରକ୍ତ ସଂଗ୍ରହ କରିବାରେ ସହଯୋଗ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.