ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ବେହେରେନସିଲ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଅଛି। ଜଗନ୍ନାଥ ଟ୍ରଷ୍ଟ ବୋର୍ଡ ସଭାପତି ବୈବସୁତ ମାଝୀଙ୍କ ତତ୍ତ୍ଵାବଧାନରେ ଏହି ନିତିକାନ୍ତି ଅନୁଷ୍ଠିତ ହୋଇଥିବା ବେଳେ ଟ୍ରଷ୍ଟ ବୋର୍ଡ ସଦସ୍ୟ ହେମନ୍ତ ମଝି, ମାନସିଂହ ନାଏକ, କିଶୋର ଚନ୍ଦ୍ର ସା, ହେମନ୍ତ ସହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପ୍ରଥମେ ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରାଯାଇ ସ୍ନାନ ମଣ୍ଡପ ରେ ବିଜେ କରାଯାଇଥିଲା। ପରେ ମୁଖ୍ୟ ପୂଜା ପଣ୍ଡା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିତିକାନ୍ତି ଅନୁସାରେ ସ୍ନାନ କରାଇଥିଲେ। ସ୍ନାନ ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ।