ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତାଲିମ କେନ୍ଦ୍ରରେ ଏନେଇ ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତି ଅନୁମୋଦିତ ସ୍ଵାସ୍ଥ୍ୟକେନ୍ଦ୍ରରେ ଗର୍ଭପାତ କରାଇବା ଉପରେ ଗୁରୁତ୍ଵାରୋପ କରିଥିଲେ । ୯ ସପ୍ତାହ ମଧ୍ୟରେ ବଟିକା ସେବନ ଦ୍ଵାରା, ୧୨ ସପ୍ତାହ ମଧ୍ୟରେ ଏମଭିଏ ପଦ୍ଧତି ଦ୍ଵାରା ଏବଂ ୧୨ ରୁ ୨୪ ସପ୍ତାହ ମଧ୍ୟରେ ଅନୁମୋଦିତ ପଦ୍ଧତି ଦ୍ଵାରା ଗର୍ଭପାତ କରାଇବାର ପ୍ରାବଧାନ ସଂଶୋଧିତ ଗର୍ଭପାତ ଆଇନରେ ଉଲ୍ଲେଖ ଥିବା କଥା ସେ ଜଣାଇଥିଲେ । ଏହି ପାଳନତ୍ସୋବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଅଦାବର, ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ଅଧିକାରୀ ଡାକ୍ତର ପଦ୍ମହଂସା ଦୋରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୁରକ୍ଷିତ ଗର୍ଭପାତ ଓ ମାତୃସ୍ଵସ୍ଥ୍ୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରକାଶ ଦଣ୍ଡସେନା ସଂଶୋଧିତ ଗର୍ଭପାତ ଆଇନ ତଥା ସୁରକ୍ଷିତ ଓ ଆଇନଗତ ଗର୍ଭପାତ ସେବା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଗର୍ଭପାତ ପାଇଁ ଅନୁମୋଦିତ ସ୍ଵାସ୍ଥକେନ୍ଦ୍ରକୁ ହିତାଧିକାରୀଙ୍କ ସହ ସର୍ବାଧିକ ଥର ଯାଇଥିବା ଆଶାକର୍ମୀ ବାସନ୍ତୀ ତାଣ୍ଡିଆ, ସୁରୁକୁନି ପାତ୍ର ଏବଂ ସୂର୍ଯ୍ୟକାନ୍ତି ମେହେରଙ୍କୁ ସୋନପୁରୀ ହସ୍ତତନ୍ତ ଶାଢୀ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡିପିଏମ ବିଶ୍ଵମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଆଶା ସଂଯୋଜକ ତରଣୀସେନ ପ୍ରଧାନ, ସଞ୍ଜୟ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଜିଲ୍ଲା ହିସାବ ରକ୍ଷକ ସରୋଜ ପଣ୍ଡାଙ୍କ ସମେତ ସ୍ଵାସ୍ଥ୍ୟ କର୍ମଚାରୀ, ସ୍ଵାସ୍ଥ୍ୟ ମିଶନର ପରିଚାଳକ, ଅଙ୍ଗନୱାଡି କର୍ମୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.