ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ସରପଞ୍ଚ ସଂଘର ସମିତି ବୈଠକ ବର୍ଜନ 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଶୁକ୍ରବାର ଦିନ ଅନୁଷ୍ଠିତ  କେସିଙ୍ଗା ବ୍ଲକର ଚତୁର୍ଥ ସମିତି ବୈଠକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  କେସିଙ୍ଗା ବ୍ଲକର ୨୬ଜଣ ସରପଞ୍ଚଙ୍କ ୨୩ଜଣ ସରପଞ୍ଚ ବିଡ଼ିଓଙ୍କ ମନମୁଖି କାର୍ଯ୍ୟକଳାପକୁ ବିରୋଧ କରିଥିବା ଜଣାପଡିଛି । ସରପଞ୍ଚ ମାନଙ୍କୁ ବିଡିଓ ଖରାପ ବ୍ୟବହାର ପ୍ରଦର୍ଶନ କରିବା, ଫାଇବ୍-ଟି ରେ ସରପଞ୍ଚ ମାନଙ୍କୁ ସାମିଲ ନକରି ଠିକାଦାର ମାନଙ୍କୁ ଠିକା ଦେବା, ପିଡିଏସରେ ଗ୍ରାମ ପଞ୍ଚାୟତ ମାନଙ୍କୁ ଦାୟିତ୍ୱ ନଦେବା ସହିତ ୧୪ଜଣ ମହିଳା ସରପଞ୍ଚ ମାନଙ୍କୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ସୌଚାଳୟର ବ୍ୟବସ୍ଥା କରାଯାଇ ନଥିବାରୁ ସରପଞ୍ଚ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଗତ ୬ମାସ ତଳେ ଅନୁଷ୍ଠିତ ହୋଇଥିବା ସମିତି ବୈଠକରେ ସରପଞ୍ଚ ମାନଙ୍କ କୌଣସି ପ୍ରସ୍ତାବ ଗ୍ରହଣ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ପାନୀୟ ଜଳ ପାଇଁ ନଳକୂଅ ସାମଗ୍ରୀ ନିମନ୍ତେ ବାରମ୍ବାର କହିଲେ ମଧ୍ୟ ବିଡିଓ କର୍ଣ୍ଣପାତ କରୁନଥିବାରୁ ପାନୀୟ ଜଳରେ ଘୋର ସମସ୍ୟା ଦେଖା ଯାଉଛି । ଏଭଳି ବିଭିନ୍ନ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଡ଼ିଓଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ସରପଞ୍ଚ ମାନେ ସମିତି ବୈଠକରୁ ଉଠି ଆସି ପଞ୍ଚାୟତ ସଭା ଗୃହ ସମ୍ମୁଖରେ ଧାରଣାରେ ବସିଥିଲେ ।
କେସିଙ୍ଗା ସରପଞ୍ଚ ସଂଘ ସଭାପତି ତଥା ଜିଲ୍ଲା ସରପଞ୍ଚ ସଂଘ ସଭାପତି ସୁବୋଧ ରଣାଙ୍କ ନେତୃତ୍ୱରେ ବ୍ଲକ ସଭାଗୃହ ସମ୍ମୁଖରେ ଗଣଧାରଣା କରାଯାଇଥିଲା । ଏଥିରେ ସଂଘର ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, ଉପସଭାପତି ସୁଶାନ୍ତ ବାଗ, ଜିଲ୍ଲା ଯୁଗ୍ମ ସମ୍ପାଦକ ପ୍ରମୋଦ ସାହୁ, କୋଷାଧକ୍ଷ ପ୍ରମୋଦ ଦାସଙ୍କ ସମେତ ୨୩ଜଣ ସରପଞ୍ଚ ଉପସ୍ଥିତ ଥିଲେ । ଏହି ବିଷୟରେ କେସିଙ୍ଗା ବିଡ଼ିଓଙ୍କ ମତାମତ ନେବାରୁ –  ମୁଁ ଏହି ବିଷୟରେ କିଛି ଜାଣିନି ଓ ମୋ ଉପରେ ଯେଉଁ ଅଭିଯୋଗ ସରପଞ୍ଚ ସଂଘ ପକ୍ଷରୁ ଅଣା ଯାଇଛି ତାହା ସବୁ ମିଛ ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.