ଜୟପାଟଣାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ଳକ ଅଧ୍ୟକ୍ଷ ଥବିର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜୟପାଟଣା ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଲାବାଣ୍ୟ ବାଣୁଆ, ସତ୍ୟନାରାୟଣ ଅଗ୍ରୱାଲ, ୨୨ ଗୋଟି ପଞ୍ଚାୟତର ସରପଞ୍ଚ ତଥା ସମିତି ସଭ୍ୟ ଉପସ୍ଥିତ ରହି ଥିବା ବେଳେ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରୁ ବିଭିନ୍ନ ବିଭାଗର ଡ଼ାକ୍ତରମାନେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଉପସ୍ଥିତ ରହି ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ଚିହ୍ନଟ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୫୪୪ଜଣ ହିତାଧିକାରୀ ପଞ୍ଜୀକରଣ କରିଥିବା ବେଳେ ଅସ୍ଥି ବିଭାଗରୁ ୧୧୮ଜଣ ହିତାଧିକାରୀ, ମାନସିକ ବିଭାଗରୁ ୧୧୨ ଜଣ ହିତାଧିକାରୀ, ଦୃଷ୍ଟିହୀନ ଏବଂ ବିଧିର ବିଭାଗରୁ ୧୯୦ ଜଣ ହିତାଧିକାରୀ ଚିହ୍ନଟ କରାଯାଇଥିଲା ।

Udyog Nursery
Udyogi Nursery

ଏହି କ୍ରମରେ ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦିଶାରୀ ବିକଳାଙ୍ଗ ହିତାଧିକାରୀ ମାନଙ୍କୁ ହୁଇଲ ଚେୟାର, ଆଶା ବାଡ଼ି, ଭିନ୍ନକ୍ଷମ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ୨୭୦ ଜଣ ହିତାଧିକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହିତ ୨୭ ଜଣ ହିତାଧିକାରୀଙ୍କୁ ଡିଆରଆଇ ୠଣ ପାଇଁ ବଛା ଯାଇଥିବା ସୁଚନା ମିଳିଛି । ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ଶିବିର ସନ୍ଧ୍ୟା ଯାଏଁ ଚାଲିଥିବା ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.