ବନରକ୍ଷୀ ଜ୍ୟୋତିଷ ଚନ୍ଦ୍ର ଗୋପାଳଙ୍କ ଅକାଳ ବିୟୋଗ

ଖୁଟୁଲୁଗୁଡ଼ା ଗ୍ରାମରେ ଶୋକର ଛାୟା, ଭାଙ୍ଗିପଡ଼ିଲେ ପରିବାର ଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଧର୍ମଗଡ଼ ବ୍ଲକ ବଡ଼ଘୁମର ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁଗୁଡ଼ା ଗ୍ରାମର ଜ୍ୟୋତିଷ ଚନ୍ଦ୍ର ଗୋପାଳଙ୍କ ଗୁରୁବାର ରାତି ପ୍ରାୟ ୧ଟା ୨୦ ମିନିଟ୍‌ ସମୟରେ ନିଜ ବାସଭବନରେ ମୃତ୍ୟୁ ଘଟିଛି। ସେ ନୂଆପଡ଼ା ଜିଲ୍ଲା ଖରିଆର ରେଞ୍ଜରେ ବନରକ୍ଷୀ ଭାବେ କାର୍ଯ୍ୟରତ ଥିଲେ। ଚାକିରିରେ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବାରୁ ପରିବାର ଓ ପରିଜନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ମୃତ୍ୟୁ ସମୟରେ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଗୋପାଳ, ବଡ଼ ଝିଅ ବୀଣାପାଣି, ମଝିଆ ଝିଅ ବବିତା, ବିଦୁପ୍ରଭା, ଧରିତ୍ରୀ, ପୁଅ ଆର୍ୟାନ୍ସ ଏବଂ ମା’ ଜେମାମଣି ଦେଇଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ପରିବାର ଏକ ପ୍ରିୟଜନଙ୍କୁ ହରାଇ ଗଭୀର ଭାବେ ଭାଙ୍ଗିପଡ଼ିଛି। ଜ୍ୟୋତିଷ ଚନ୍ଦ୍ର ଗୋପାଳ ଜଣେ ମେଳାପୀ, ଭଦ୍ର, ନମ୍ର ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ସରଳ ବ୍ୟବହାର ଓ ମିଷ୍ଟଭାଷୀ ସ୍ୱଭାବ ଯୋଗୁଁ ସେ ସମସ୍ତଙ୍କ ପ୍ରିୟ ଥିଲେ। ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ପରିବାର, ବନ ବିଭାଗର ସହକର୍ମୀ, ବନ୍ଧୁବାନ୍ଧବ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ପରେ ବଡ଼ଘୁମରସ୍ଥିତ ନିଜ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ଆର୍ୟାନ୍ସ ଗୋପାଳ, ବଡ଼ ଜୁଇଁ ବିଶ୍ୱନାଥ ବାଗ, ମୋହିତ ମୋହନ କାଣ୍ଡ, ଲବଣୀ ରାଉତ ଯାଦବଙ୍କ ସମେତ ପରିବାରବର୍ଗ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଜ୍ୟୋତିଷ ଚନ୍ଦ୍ର ଗୋପାଳଙ୍କ ବିୟୋଗରେ ଖୁଟୁଲୁଗୁଡ଼ା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ଜଣେ ଭଦ୍ର, ମେଳାପୀ ଓ ଅମାୟିକ ବ୍ୟକ୍ତିଙ୍କ ଅକାଳ ବିୟୋଗ ଅଞ୍ଚଳବାସୀଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ଶୋକସନ୍ତପ୍ତ ମହଲରେ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.