ମ୍ୟାକ୍ସ ପିକ୍ ଅପ୍ ଗାଡ଼ି ଓଲଟି ୧୮ଶ୍ରମିକ ଆହତ, ୬ଜଣଙ୍କୁ ପାରଳାଖେମୁଣ୍ଡି ବଡ ମେଡିକାଲକୁ ସ୍ଥାନାନ୍ତର

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ସଗଡା ପଞ୍ଚାୟତର କିଛି ଶ୍ରମିକ ଧାନ ରୁଆ ନିମନ୍ତେ ମ୍ୟାକ୍ସ ପିକ୍ ଅପ୍ ଗାଡ଼ିରେ ଯାଉ ଥିବା ବେଳେ ଟଲନା ଘାଟି ନିକଟରେ ଦୁର୍ଘଟଣା ଘଟିଥିଲା । ଫଳରେ ଶ୍ରମିକ ୧୮ଜଣ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶ୍ରମିକ ମାନେ ଡକାସିକୁଲା ଗ୍ରାମକୁ ଧାନ ରୁଆ କାମ ନିମନ୍ତେ ଯାଉଥିଲେ । ଏହି ଘଟଣା ପରେ ଖବର ପାଇ ପୁଟାସିଂ ପୋଲିସ ୧୦୮ଆମ୍ବୁଲାନ୍ସ, ଅଗ୍ନିଶମ ଯାନ ଯୋଗେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ସମସ୍ତ ଶ୍ରମିକ ଙ୍କ ବୟସ ପ୍ରାୟ ୨୧ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ୬ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅଧିକ ଚିକିତ୍ସା ନିମନ୍ତେ ପାରଳାଖେମୁଣ୍ଡି ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.