ପଦ୍ମପୁରରୁ ନିନାଦିତ ହେଲା ଶଙ୍ଖ ନାଦ: ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା ବିଜୟୀ

ଓଡ଼ିଆ ବାର୍ତ୍ତା/ ପଦ୍ମପୁର: ସମସ୍ତ ପ୍ରକାରର କଳ୍ପନାଜଳ୍ପନାର ଅନ୍ତ ଘଟାଇ ପଦ୍ମପୁର ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ହରାଇ ବିଜୟ ମୁକୁଟ ପରିଧାନ କରିଛନ୍ତି । ବୃହତ ବ୍ୟବଧାନରେ ବିଜୟୀ ସୋଇଛନ୍ତି ବିଜେଡି ପ୍ରାର୍ଥୀନି ବର୍ଷା । ୪୨୦୬୫ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ବର୍ଷା ମୋଟ ୧,୧୯,୫୧୨ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ମିଳିଲା ୭୭, ୪୪୭ ଖଣ୍ଡ ଭୋଟ । ସେହିପରି କଂଗ୍ରେସକୁ ୩୫୩୧ ଖଣ୍ଡ ଭୋଟ୍ ମିଳିଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହୋଇଥିଲା । ପଦ୍ମପୁର ପାଇଁ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ଏବଂ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ୍ ୮୧.୨୯% ଭୋଟର୍‌ ମତଦାନ ହୋଇଥିଲା । ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.