ତିର୍ତ୍ତୋଲ ଯୁବ କଂଗ୍ରେସର ନିର୍ବାଚନମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ୨୦୨୪ ର ନିର୍ବାଚନକୁ ଆଖି ଆଗରେ ରଖି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ତରଫରୁ ଯୁବ କଂଗ୍ରେସ ସଭାପତି ବେଦଦ୍ଯୁତି ପୃଷ୍ଟିଙ୍କ ଅଧ୍ଯକ୍ଷତାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକାରୀ ସଦସ୍ଯ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ତିର୍ତ୍ତୋଲ କ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍କିକ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆମକୁ ଆଜି ଠାରୁ ପ୍ରସ୍ତୁତ ହେବାକୁ ପଡିବ ଏବଂ ସ୍ବଳ୍ପ ସମୟ ମଧ୍ଯରେ ଅନେକ ଗୁଡିଏ କାର୍ଯ୍ୟକ୍ରମ କରିବାର ଅଛି।ଆଗମୀ ଦିନରେ ଯୁବ କଂଗ୍ରେସ କ’ଣ କ’ଣ ସବୁ କାର୍ଯ୍ୟକ୍ରମ କରିବ ତାହା ଉପରେ ଉପସ୍ଥିତ ଥିବା କାର୍ଯ୍ୟକାରିଣୀ ସଦସ୍ଯ ମାନଙ୍କୁ ବୁଝାଇବା ସହ ଏହି କାର୍ଯ୍ୟକ୍ରମର ରୂପରେଖ ଓ ସମୟସୀମା ଦେଇଥିଲେ। ପିସିସି ସଭ୍ଯ ତଥା ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ଯ ଦେବ ପ୍ରସାଦ ନାୟକ କର୍ମକର୍ତ୍ତାଗଣଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ବୃହତ (ମାକ୍ରୋ) ରାଜନୈତିକ ମ୍ୟାନେଜମେଣ୍ଟ, ସୂକ୍ଷ୍ମ (ମାଇକ୍ରୋ) ରାଜନୈତିକ ମ୍ୟାନେଜମେଣ୍ଟ, ସାଂଗଠନିକ ସ୍ତରରେ ଟପ୍-ଡାଉନ୍ ଏବଂ ବଟମ-ଅପ ଆପ୍ରୋଚ, ବୁଥ୍, ଓ୍ବାର୍ଡ ବା ତୃଣମୂଳ ସ୍ତରରେ କିପରି ନିର୍ବାଚନ ପରିଚାଳନା ହୁଏ, କିପରି ଅଧିକରୁ ଅଧିକ ଲୋକଙ୍କୁ ନିଜ ଦଳ ବା ପ୍ରାର୍ଥୀ ସପକ୍ଷରେ ଆଣିପାରିବେ ଏହାର ସମ୍ପୂର୍ଣ ବିବରଣୀ ସହ ବିଭିନ୍ନ ଉଦାହରଣ ଦେଇ ପ୍ରଶିକ୍ଷଣ ଦେଇଥିଲେ। ଉକ୍ତ ବୈଠକରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକର ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କରାଯାଇଥିଲେ। ତିର୍ତ୍ତୋଲ ବ୍ଲକର ସଭାପତି ଭାବେ ମୂଳିସିଂହ ଗ୍ରା.ପ. ସରପଂଚ ସଫି ଆଜମ୍, ରଘୁନାଥପୁର ବ୍ଲକର ସଭାପତି ଭାବେ ମୁକ୍ତାର ଅଲ୍ଲୀ ଓ ବିରିଡି ବ୍ଲକର ସଭାପତି ଭାବ ସତ୍ଯଜିତ ମହାନ୍ତିଙ୍କ ନାମ ଘୋଷଣା କରାଯାଇଥିଲା। ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ଦାସ, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ତିର୍ତ୍ତୋଲ ବ୍ଲକ କଂଗ୍ରେସ ଉପସଭାପତି ଅଶ୍ବିନୀ ସ୍ବାଇଁ, ମୂଳିସିଂହ ସମିତିସଭ୍ୟ ରଞ୍ଜନ କୁମାର ସାହୁ, ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ଉପ ସଭାପତି ପରେଶ ପାତ୍ର, ପ୍ରଶାନ୍ତ ନାଥ, ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ପଣ୍ଡା, ତର୍ପଣ ଶତପଥୀ, ଅମ୍ରିତ ପଶାୟତ, ରାକେଶ କୁମାର ସେଠୀ, ସୁନୀଲ କୁମାର ରାଣା, ସମ୍ପାଦକ ଫାରୁକ ଆଲମ୍, ବୁଦ୍ଧେଶ୍ବର ବେହେରା, ଅମରେଶ ଲେଙ୍କା, ନ୍ରୁସିଂହ ଚନ୍ଦ୍ର ଖୁଣ୍ଟିଆ, ରୂପ ରଞ୍ଜନ ମିଶ୍ର, ସଞ୍ଜିବ ଓଝା, ମନୋରଞ୍ଜନ ବାରିକ, ସୌଳେନ୍ଦ୍ର ବେହେରା, ସୟଦ ମିର୍ଜ , ସମରେନ୍ଦ୍ର ମହାପାତ୍ର , ସୌମ୍ଯ ମହାନ୍ତି, ରବିନ୍ଦ୍ର ମଲ୍ଲିକ , ଓଁ ପ୍ରକାଶ ବସ୍ତିଆ, ସୁଶୀଲ କୁମାର ଦାଶ ପ୍ରମୁଖ ଉକ୍ତ ବୈଠକରେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.