ହଠାତ ଇସ୍ତାନବୁଲ ଫୁଟବଲ ଷ୍ଟାଡିୟମରେ ଦର୍ଶକ ବର୍ଷା କଲେ ଟେଡି ବିୟର; ଜାଣନ୍ତୁ କାରଣ

ଓଡ଼ିଆ ବାର୍ତ୍ତା/ ଇସ୍ତାନବୁଲ: ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଟର୍କୀଶ ସୁପର ଲିଗ ଫୁଟବଲ ଅବସରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ଏଥିପାଇଁ ମ୍ୟାଚକୁ ୪ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ରୋକା ଯାଇଥିଲା । ଏହି ସମୟ ମଧ୍ୟରେ ପଡିଆରେ ଟେଡି ବିୟର ଭର୍ତି ହୋଇ ଯାଇଥିଲା । ତେବେ ଦର୍ଶକମାନେ କାହିଁକି ଏପରି କାର୍ଯ୍ୟ କଲେ ଆସନ୍ତୁ ତାହା ଜାଣିବା । ତୁର୍କୀରେ ଘଟିଥିବା ଭୂମିକମ୍ପ ବିଷୟରେ କିଏ ବା ନ ଜାଣେ । ଫେବୃୟାରୀ ୬ରେ ୭.୮ ତୀବ୍ରତାର ଏହି ଭୂମିକମ୍ପ ଯୋଗୁ ୪୫ ହଜାର ଲୋକ ମୃତ୍ୟୁବରଣ କରିଥଲେ । ଏଥିରେ ହଜାର ହଜାର ଛୋଟ ପିଲା ରହିଥିଲେ । ଏହା ବ୍ୟତୀତ ୫ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇ ପଡିଛନ୍ତି । ଏହି ପ୍ରାକୃତିକ ଦୁର୍ବିପାକର ଶୀକାର ହୋଇଥିବା ବ୍ୟକ୍ତିମାନଙ୍କ ଘରେ ଥିବା ଛୋଟ ପିଲାଙ୍କ ମୁହଁରେ ହସ ଖେଳାଇବା ପାଇଁ ଏହି ଉଦ୍ୟମ କରାଯାଇଥିଲା । ଭୂମିକମ୍ପ ସକାଳ ୪ଟା ୧୭ରେ ହୋଇଥିବାରୁ ମ୍ୟାଚ ସମୟରେ ୪ ମିନିଟ ୧୭ ସେକେଣ୍ଡର ବିରତି ନିଆ ଯାଇଥିଲା । ବେସିକ୍ତାସ ଓ ଏଟାଂଲ୍ୟାସ୍ଫୋର ମଧ୍ୟରେ ଏହି ମ୍ୟାଚ ଖେଳା ଯାଇଥିଲା । ସଂଗୃହୀତ ଟେଡି ବିୟରଗୁଡିକୁ ପଠାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଫୁଟବଲ ପ୍ରଶଂସକଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.