ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଏବିଇଓ) ଭାବେ ସୁଦର୍ଶନ ମହାନ୍ତି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ନର୍ଲା ବ୍ଲକ ଶାଖା ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଂଘ ସଭାପତି ମୀନକେତନ ସାହୁ, ସାଧାରଣ ସମ୍ପାଦକ ଅମିତ କୁମାର ଶର୍ମା, ଉପ ସଭାପତି ହର ପ୍ରସାଦ ସାହୁ, ବ୍ଲକ ସଂଯୋଜକ ଡମ୍ବରୁଧର ବେହେରା, ଯୁଗ୍ମ ସମ୍ପାଦକ ଦୁର୍ଗାମାଧବ କୁମାର, ହେମନ୍ତ କୁମାର ସାହୁ, କୋଷାଧକ୍ଷ ଦିଲୀପ କୁମାର ପଧାନ, ସିଆରସିସି ଯୌବନ ହରିଜନ, ବରିଷ୍ଠ ଶିକ୍ଷକ ନକୁଳ ସେନାପତି, ଏବିଇଓ ଏବଂ ବିଆରସି ଗୋବର୍ଦ୍ଧନ ମାଝୀ, କାର୍ଯ୍ୟାଳୟର ସମସ୍ତ କର୍ମକର୍ତା ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣେଇଥିଲେ।