ରାୟଗଡାରେ ଗର୍ଜି ଉଠିଲା ଜିଲ୍ଳାସ୍ତରୀୟ ମିିଳିତ ଅମଲା ମଂଚ

ଏଂଟ୍ରି ଲେଭେଲରେ ୯୩୦୦/- ଗ୍ରେଡ ପେ ୪୨୦୦/- ଲେଭେଲ-୯ ପୂରଣ ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାସ୍ତରୀୟ ମିଳିତ ଅମଲା ମଂଚ ରାୟଗଡା ଅଧ୍ୟକ୍ଷ ଅରୁଣ କୁମାର ପାଢୀ ଏବଂ ଆବାହକ ଚିତରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଳାର ସମସ୍ତ ସଦସ୍ୟସଦସ୍ୟା ବୃନ୍ଦ ଆଜି ଅମଲା ସଂଘ ଗୃହ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଂହଚି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ଶୋଭାଯାତ୍ରାରେ ରାୟଗଡା ଜିଲ୍ଳାର ବିଭିନ୍ନ ବିଭାଗରୁ ଜିଲ୍ଳାସ୍ତରୀୟ ଅମଲା ମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉ କି,ଦୀର୍ଘ ବର୍ଷ ହେଲା ଜିଲ୍ଳାସ୍ତରୀୟ ଅମଲାମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ରାଜ୍ୟ ସରକାରଙ୍କ ଅବହେଳା ଓ ବୈମାତୃତକ ମନୋଭାବ ଉପରେ ଘୋର ଅସନ୍ତୋଷ ପ୍ରକାଶ କରାଯାଇଥିଲା ।

ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଳାସ୍ତରୀୟ ଅମଲା ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଞାନ କରିଥିଲେ ମଧ୍ୟ ବେତନରେ କୈାଣସି ପ୍ରକାର ଅଭିବୃଦ୍ଧି କରି ନାହାନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ସମଭାବାପନ୍ନ ଅମଲା ସଂଘ ପକ୍ଷରୁ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ହୋଇସାରିଛନ୍ତି । କିନ୍ତୁ,ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ଫଳ ଶୂନ୍ୟ ହୋଇଅଛି ।

ଏହାର ପ୍ରତିବାଦରେ ଆଜିର ଶୋଭାଯାତ୍ରାରେ ଜିଲ୍ଳାର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ସମସ୍ତ ପ୍ରତିନିଧିମାନେ ଆଉ ଆଲୋଚନା ନୁହେଁ,ଆନ୍ଦୋନଳାତ୍ମକ କାର୍ଯ୍ୟକ୍ରମ ଜରିଆରେ ଦାବି ଜରିଆରେ ଦାବି ହାସଲ କରିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ । ଯଦି ଏପ୍ରିଲ ମାସ ୩୦ତାରିଖ ସୁଦ୍ଧା ରାଜ୍ୟ ସରକାର ଜିଲ୍ଳାସ୍ତରୀୟ ଅମଲା ମାନଙ୍କର ଏକମାତ୍ର ଦାବିି ଏଂଟ୍ରି ଲେଭେଲରେ ୯୩୦୦/- ଗ୍ରେଡ ପେ ୪୨୦୦/ ଲେଭେଲ -୯ ପୂରଣ ନ କରନ୍ତି ତେବେ ମଇ ମାସ ଏକ ତାରିଖରେ ରାଜ୍ୟ ମିଳିତ ମଂଚ ସରକାରଙ୍କୁ ଏକ ଚରମ ସ୍ମାତକ ପତ୍ର ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି ।

ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ସଫଳ ରୂପେ ରୂପାୟନ କରୁଥିବା କାର୍ଯ୍ୟକ୍ରମଙ୍କ ଦୁଃଖ ସରକାର ବୁଝୁନ ଥିବା ଏକ କ୍ଷୋଭ ଓ ପରିତାପର ବିଷୟ ବିଷୟ ବୋଲି ନିଜ ବକ୍ତବ୍ୟରେ ମିଳିତ ମଂଚ ଅଧ୍ୟକ୍ଷ ଅରୁଣ କୁମାର ପାଢୀ କହିଥିଲେ । ଆଜିର ଆୟୋଜିତ ଏହି ସମାବେଶରେ ମନୋଜ ରଥ, କାଳୀଚରଣ ରଥ, ସନ୍ତୋଷ ନିମାଲା, ଗୋପୀନାଥ ରାଉତ, ରାମ ରଥ, କେ.ଏନ.ସାହୁ, ସୀମା ପଣ୍ଡା, ଜି.ଦିବାକର, ଆର.ନରେଶ, ବିଜୟ କାମ୍ବା, କାଲିଚରଣ ନାୟକ, ବବିତା ପଣ୍ଡା, ମୋନାଲିସା ଗୈାଡ, ପଙ୍କିଜିନୀ ଖଣ୍ଡପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.