ଧନୀ ତାଲିକାରେ ୨୫ରୁ ୨୧ ନମ୍ବରକୁ ଉଠିଲେ ଗୌତମ ଅଦାନୀ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଚଳିତବର୍ଷ ସବୁଠାରୁ ବଡ କ୍ଷତି ସହିଥିବା ଗୌତମ ଅଦାନୀଙ୍କର ଅଦାନୀ ଗ୍ରୁପ ଏବେ ଶେୟାର ବଜାରରେ ଉପରକୁ ଉଠୁଥିବା ଦେଖିବାକୁ ମିଳୁଛି । ଏହାର ପ୍ରଭାବ ନେଟ ୱର୍ଥ ଉପରେ ବି ପଡୁଛି । ଧନୀ ତାଲିକାରେ ଗୋଟିଏ ଗୋଟିଏ ପାଦ ଉପରକୁ ଉଠୁଛନ୍ତି ଗୌତମ ଅଦାନୀ ।ଗତ କିଛି ଦିନ ହେବ ଗୌତମ ଅଦାନୀ ତାଲିକାର ୨୫ ନମ୍ବରରେ ଥିଲେ । ଏବେ ୪ ପାଦ ଉପରକୁ ଉଠିଛନ୍ତି ଅଦାନୀ । ଗତ ୪୮ ଘଣ୍ଟା ମଧ୍ୟରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧.୭୩ ଅରବ ଡଲାର ସମ୍ପତ୍ତି ବୃଦ୍ଧି  ହୋଇଛି । ଖାଲି ଅଦାନୀ ନୁହେଁ, ଅମ୍ବାନୀଙ୍କ ନେଟ ୱର୍ଥ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବ୍ଲୁମବର୍ଗ ବିଲିଓନାରୀଜ ଇନଡେକ୍ସ ଅନୁସାରେ, ଗୌତମ ଅଦାନୀଙ୍କ ନେଟୱର୍ଥ ବୃଦ୍ଧି ପାଇ ୫୯.୭ ଅରବ ଡଲାରରେ ପହଞ୍ଚିଛି । ତାଙ୍କ ସମ୍ପତ୍ତିରେ ୧୪, ୧୪୨ କୋଟି ଟଙ୍କାର ବୃଦ୍ଧି ଘଟିଛି । ଏହି ବୃଦ୍ଧି ସହ ଅଦାନୀ ଏବେ ବିଶ୍ୱ ଧନୀ ତାଲିକାରେ ୨୧ ସ୍ଥାନକୁ ଉଠିଛନ୍ତି । ଶେୟାର ବଜାରରେ ଅଦାନୀଙ୍କର ୧୦ଟି କମ୍ପାନୀ ମଧ୍ୟରୁ ୫ କମ୍ପାନୀର କାରବାର ସପ୍ତାହକ ମଧ୍ୟରେ ବଢୁଥିବା ଲକ୍ଷ୍ୟ କରାଯାଉଛି । ଦ୍ରୁତ ଗତିରେ ବଢୁଥିବା କମ୍ପାନୀ ହେଉଛି  Adani Enterprises Ltd, Adani Power Ltd, Adani Wilmar Ltd, ACC Ltd ଏବଂ Ambuja Cements Ltd   । ୨୦୦୨ରେ ବିଶ୍ୱରେ ସବୁଠାରୁ ଅଧିକ ରୋଜଗାର କରୁଥିବା ଧନୀଙ୍କ ତାଲିକାରେ ଅଦାନୀଙ୍କ ନାଁ ଥିଲା । ୨୦୨୩ରେ ସବୁଠାରୁ ଅଧିକ ଅର୍ଥ ହରାଇଥିବା ଧନୀଙ୍କ ତାଲିକାରେ ତାଙ୍କ ନା ସାମିଲ ହୋଇଥିଲା । ଚଳିତବର୍ଷ ତାଙ୍କ ନେଟ ୱର୍ଥରେ ୬୦ ଅରବ ଡଲାର ହ୍ରାସ ପାଇଥିବା ଜଣାଯାଇଛି । ଅଦାନୀଙ୍କର ଏହି ସମ୍ପତ୍ତି ହ୍ରାସ ପଛରେ ଆମେରିକାର ହିଡେନବର୍ଗ ରିପୋର୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ରିପୋର୍ଟ ୨୦୨୩ ଜାନୁଆରୀ ୨୪ରେ ପ୍ରକାଶ ପାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.