ଇଂଲଣ୍ଡର ୬ ଖେଳାଳିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ଛାଡିବାକୁ ଅଫର ଦେଲା ଆଇପିଏଲ ଟିମ !

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଏକ ଫ୍ରାଂଚାଇଜ ଟିମ ଇଂଲଣ୍ଡର ୬ଜଣ ଖେଳାଳିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ଛାଡିବାକୁ ଲୋଭନୀୟ ଅଫର ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ଟାଇମ୍ସ ଲଣ୍ଡନରେ ଏହି ଖବର ପ୍ରକାଶ ପାଇବା ପରେ ଆଲୋଚନା ଜୋର ଧରିଛି । ଫ୍ରାଂଚାଇଜମାନେ ଆଇପିଏଲ ବ୍ୟତୀତ ଅନ୍ୟ ଲିଗରେ ମଧ୍ୟ ଏହି ଖେଳାଳିମାନଙ୍କୁ ଖେଳାଇବା ପାଇଁ ଚାହୁଁଛି । ଏବେ ୱେଷ୍ଟଇଣ୍ଡିଜର ସିପିଏଲ, ଦକ୍ଷିଣ ଆଫ୍ରିକା ଟି୨୦ ଲିଗ, ୟୁଏଇ ଗ୍ଲୋବାଲ ଟି୨୦ ଓ ଆମେରିକା ଟି୨୦ ଏଥିରେ ସାମିଲ । ତେବେ ଉକ୍ତ ରିପୋର୍ଟରେ କେଉଁ କେଉଁ ଖେଳାଳିମାନଙ୍କ ସହିତ ଯୋଗାଯୋଗ କରାଯାଇଛି ସେ ସମ୍ପର୍କରେ ଖୁଲାସା କରାଯାଇ ନାହିଁ । ଟି୨୦ ଲିଗର ଲୋକପ୍ରିୟତା ଦେଖି ଏହାକୁ ଫୁଟବଲ ପରି ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଏହି ଲୋଭନୀୟ ଅଫର ଯୋଗୁ ଅନେକ ଯୁବ ଖେଳାଳି ଅର୍ଥ ଲୋଭରେ ଜାତୀୟ ଦଳ ପକ୍ଷରୁ ଖେଳିବା ପାଇଁ ଆଗ୍ରହ ପ୍ରକାଶ କରିବେ ନାହିଁ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଇଂଲଣ୍ଡ ଖେଳାଳିମାନଙ୍କୁ ବର୍ଷକ ଚୁକ୍ତି ପାଇଁ ୨୦ରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର କରାଯାଇଛି । ଅନ୍ୟ କେତେକ କ୍ରିକେଟ ସମୀକ୍ଷକଙ୍କ ଅନୁସାରେ ଲିଗ ଖେଳିବା ପୂର୍ବରୁ ବୋର୍ଡ ପକ୍ଷରୁ ଅନୁମତି ଆଣିବାକୁ ପଡିବ । ଅନ୍ୟଥା ଫୁଟବଲ ପରି ଉଭୟ ଦେଶ ଏବଂ କ୍ଲବ ପକ୍ଷରୁ ଖେଳିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.