ଘରୋଇ ପାର୍ଟିରେ ଦିଲ୍ଲୀ କ୍ୟାପିଟାଲ୍ସର ଜନୈକ ଖେଳାଳିଙ୍କ ଅଶୋଭନୀୟ ଆଚରଣ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ସନ୍ତୋଷଜନକ ରହି ନାହିଁ । ଏବେ ଟିମ ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନେ ଏକ ଘରୋଇ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ମାତାଲ ଅବସ୍ଥାରେ ଜଣେ ଖେଳାଳି ମହିଳା ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣା ପ୍ରସାରିତ ହେବା ପରେ ଫ୍ରାଂଚାଇଜ ମଧ୍ୟ ଗମ୍ଭୀର ହୋଇ ଉଠିଛି । ଖେଳାଳିଙ୍କ ନାମ ପ୍ରକାଶ କରାଯାଇ ନ ଥିଲେ ମଧ୍ୟ ଫ୍ରାଂଚାଇଜ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତି ନେଇଛି । ଖେଳାଳିମାନଙ୍କୁ ଶୃଙ୍ଖଳିତ ରଖିବା ପାଇଁ ଆଇପିଏଲରେ କଡା ନିୟମ ଲାଗୁ କରାଯାଇଛି । ଯେପରି ଖେଳାଳିମାନେ ରାତି ୧୦ଟା ପରେ ତାଙ୍କ ପରିଚିତଙ୍କୁ ହୋଟେଲ ରୁମକୁ ନେଇପାରିବେ ନାହିଁ । ଯଦି କାହାକୁ ଭେଟିବେ ଚାହିଁବେ ତାହାହେଲେ ଟିମ ହୋଟେଲର ରେଷ୍ଟୁରାଂଟରେ କିମ୍ବା କଫି ଶପରେ ସମୟ କାଟିପାରିବେ । ସେହିପରି କାହାକୁ ସାକ୍ଷାତ କରିବାକୁ ହେଲେ ଫ୍ରାଂଚାଇଜ ଅଫିସରୁ ଅନୁମତି ଆଣିବାକୁ ପଡିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.