ଲାଞ୍ଜିଗଡ଼ଠାରେ ବୃନ୍ଦାବନ ସେବାଶ୍ରମର ପ୍ରତିଷ୍ଠା ମହୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଜି ଲାଞ୍ଜିଗଡ଼ଠାରେ ବୃନ୍ଦାବନ ସେବାଶ୍ରମ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପରମହଂସ ସ୍ବାମୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ବତୀ ଯୋଗ ଦେଇ ଶ୍ରୀବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ବାମୀ ସତ୍ୟ ଦେବାନନ୍ଦ ସରସ୍ବତୀ, ସ୍ବାମୀ ସତ୍ୟ ପ୍ରେମାନନ୍ଦ ସରସ୍ବତୀଙ୍କ ସମେତ ସ୍ବାମୀ ମାଧବାନନ୍ଦ, ବାବା ବଂଶୀଧର ଦାସ, ବାବା ପ୍ରେମାନନ୍ଦ ଦାସ, ବାବା ରାଧାକାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ । ବାବା ଶ୍ୟାମାନନ୍ଦ ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଆଧ୍ୟାତ୍ମିକ ମହୋତ୍ସବରେ ଲାଞ୍ଜିଗଡ଼ ତଥା ଏହାର ଆଖପାଖ ଅଞ୍ଚଳରୁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ମହୋତ୍ସବ ପ୍ରାରମ୍ଭରେ ଏକ ବାଇକ୍ ଶୋଭାଯାତ୍ରା ସହ ଅତିଥିମାନଙ୍କୁ ସ୍ବାଗତ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.