ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ନୂଆପଡା ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ, ବିଜୁଳି ବିଭ୍ରାଟ ତଥା ଲୋ ଭୋଲ୍ଟେଜ ଓ ଜନତାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରିଛି | ଯଥା ଶୀଘ୍ର ଲୋ ଭୋଲ୍ଟେଜର ସମାଧାନ, ତ୍ରୁଟିପୁର୍ଣ ବିଲକୁ ସୁଧରା ଯାଉ, ପୁରୁଣା ବିଜୁଳି ବିଲ ଛାଡ କରାଯାଉ, ଲୋକଙ୍କୁ ୪୦୦ ୟୁନିଟ ବିଜୁଳି ମାଗଣା ଦିଆଯାଉ, ସମସ୍ତ ପୁରୁଣା ଟ୍ରାନ୍ସଫର୍ମର, ବିଜୁଳି ଖୁଣ୍ଟକୁ ତୁରନ୍ତ ବଦଳା ଯାଉ, ଚାଷୀ ପରିବାରର ବିଜୁଳି ବିଲ ସମ୍ପୂର୍ଣ୍ଣ ଛାଡ଼ କରାଯାଉ ଭଳି ଅନେକ ସମସ୍ୟାକୁ ନେଇ ଗୁରୁବାର ଅପରାହ୍ନରେ ନୂଆପଡା ବିଜେପି ତରଫରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢ଼ୀଙ୍କ ନେତୃତ୍ୱ ରେ ନୂଆପଡା ବିଦ୍ୟୁତ ବିଭାଗ ଅଫିସ ଘେରା ଯାଇ ଏକ ୧୦ ଦଫା ଦାବୀ ପତ୍ର ନିର୍ବାହୀ ଯନ୍ତ୍ରୀ ଟାଟା ପାୱାର ପଶ୍ଚିମ ଓଡିଶା ବିତରଣ କମ୍ପାନୀ ଲିମିଟେଡ଼ଙ୍କୁ ପ୍ରଦାନ କରାଯାଇଛି | ଏହି ବିକ୍ଷୋଭରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୋମ ସିଂ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ କମଲେଶ ଦୀକ୍ଷିତ, କୋଷଧକ୍ଷ ସୁଶାନ୍ତ ପତି, ଲାଲା ରାମ ସାହୁ, ଭଗତ ସିଂ, ମୁରଲୀ ଧର ସୁନା, ବିଜୟ ଚାନ୍ଦ୍ରପାଲ, ସଦାନନ୍ଦ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।