ଭାଲୁ ଆକ୍ରମଣର ଶିକାର ହେଲେ ବୃଦ୍ଧା: ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ସଦର ବ୍ଲକ ଭଏଁସାତାଳ ଗ୍ରାମ ପଂଚାୟତ ମୁଢେଲା ଗାଁର ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଆଜି ଭୋର ସକାଳେ ଭାଲୁ ଆକ୍ରମଣ କରିଛି | ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କ ନାମ ମୁକୁ ସତନାମୀ(୬୫) ବୋଲି ଜଣା ପଡିଛି | ଭୋର ସକାଳେ ମୁକୁ ସତନାମୀ ଶୌଚ କରିବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଏକ ଜଙ୍ଗଲୀ ଭାଲୁ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା | ସେ ତଳେ ପଡିଯାଇ ଜୋର ଜୋରରେ ଚିତ୍କାର କରିବାରୁ ଆଖ ପାଖରେ ଥିବା ଗାଁ ଲୋକ ଆସିଥିଲେ | ଭାଲୁ କବଳରୁ ମୁକୁ ସତନାମୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ସୂଚନା ମିଳିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.