ଏସ୍‌ସିବିରେ ଆଖି ବୁଜିଲେ ଆଉ ଜଣେ ବାହାନଗା ପୀଡିତ,ମୃତ୍ୟୁ ସଂଖ୍ୟା ହେଲା ୨୯୦

କଟକ: ଆଉଜଣେ ବାହାନଗା ରେଳ ଦୁର୍ଘଟଣା ଆହତଙ୍କ ମୃତ୍ୟୁ I କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ପୀଡିତ I ତାଙ୍କ ନାଁ ପ୍ରକାଶ ରାମ I ଘର ବିହାର I

ମୃତକ ପ୍ରକାଶ ଗୁରୁତର ଅବସ୍ଥାରେ ଦୁର୍ଘଟଣାର ପରଦିନ ଏସସିବି ମେଡିକାଲରେ ଭର୍ତି ହୋଇଥିଲେ । ତାଙ୍କ ଗୋଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଏସସିବିର ସର୍ଜରୀ ବିଭାଗର ଭର୍ତି କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ଘଟିଛି I ପୂର୍ବରୁ ବିଜୟ ପାଶଓ୍ବାନ ନାମକ ଜଣେ ଆହତଙ୍କର ଚିକିତ୍ସାଧୀନ ଅଵସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କ ଘର ବିହାର ଅଞ୍ଚଳରେ।ଏହାକୁ ମିଶାଇ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି ।
ସୂ
ଚନାନୁସାରେ,ଚଳିତ ମାସ ଜୁନ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ୩ ଟି ଟ୍ରେନ ମଧ୍ୟରେ ମର୍ମନ୍ତୁଦ ସିରଜ ଦୁର୍ଘଟଣା ଘଟିଥିଲା I ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ୨ ଜଣଙ୍କ ଜୀବନ ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.