ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵର ପକ୍ଷରୁ ଅଷ୍ଟାଦଶ ଅଧ୍ୟାୟ ଗୀତାମୃତ ପାରାୟଣ କାର୍ଯ୍ୟକ୍ରମ ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ, ଶ୍ରୀଯୁକ୍ତ ବିଶ୍ବେଶ୍ବର ମାଝୀଙ୍କର ପୌରହିତ୍ୟ ଓ ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବଡ଼ଭାଇ ବିଶ୍ବେଶ୍ବର ମାଝୀ ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇଲେ । ପାଞ୍ଚଜଣ ସତସଙ୍ଗୀ ଭାଇଭଉଣୀସୁନ୍ଦର ଭାବରେ ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ କରିଥିବା ବେଳେ ପଣ୍ଡିତ ପ୍ରବାଚକ ତଥା ଗବେଷକ ଓ ପାଲା ସମୀକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ମହୋଦୟ ଖୁବ୍ ସୁନ୍ଦର ଭାବରେ ବିଭିନ୍ନ ଉଦାହରଣ ମାଧ୍ୟମରେ ତାତ୍ତ୍ବିକ ଓ ତଥ୍ୟପୂର୍ଣ୍ଣ ଆଲୋଚନା କରିଥିଲେ । ପଣ୍ଡିତ ମହାଭାଗଙ୍କର ବର୍ଣ୍ଣନା ଖୁବ ଉଚ୍ଚକୋଟୀର ଥିଲା । ମୋକ୍ଷ ସହ ନ୍ୟାସ ଉପରେ ପ୍ରାଞ୍ଜଳ ବର୍ଣ୍ଣନା କରିଥିଲେ ।ଦେହଧାରୀ ମାନେ ସମ୍ପୂର୍ଣ୍ଣ ଭାବେ ସକଳକର୍ମ ତ୍ୟାଗ କରି ପାରିବେ ନାହିଁ। ଉକ୍ତ ଆଲୋଚନା ମାଧ୍ୟମରେ ତିନି ପ୍ରକାର କର୍ମ, ତିନି ପ୍ରକାର ଜ୍ଞାନ ଏବଂ ତିନି ପ୍ରକାର କର୍ତ୍ତା ଯଥା ସାତ୍ତ୍ଵିକ, ରାଜସିକ ଓ ତାମସିକ କର୍ମ,ଜ୍ଞାନ ଓ କର୍ତ୍ତା ଉପରେ ବିଶଦ୍ ଭାବରେ ଆଲୋଚନା କରିଥିଲେ ପଣ୍ଡିତଜୀ। ଉକ୍ତ ସତସଙ୍ଗରେ ପଣ୍ଡିତ ଶ୍ୟାମସୁନ୍ଦର ଦାଶ, ପଣ୍ଡିତ ପ୍ରଦୀପ୍ତ ମିଶ୍ର ,ପଣ୍ଡିତ ଭାବଗ୍ରାହୀ ମିଶ୍ର, ପଣ୍ଡିତ ଧନଞ୍ଜୟ ମିଶ୍ର, ପଣ୍ଡିତ ଚାଣ୍ଡାଳ ମିଶ୍ର, ପଣ୍ଡିତ ଦେବେନ୍ଦ୍ର ନାଥ ପରିଡା ପ୍ରଭୃତି ବିଭିନ୍ନ ସ୍ଥାନର ବିଜ୍ଞ ପଣ୍ଡିତ ପ୍ରବାଚକ ମହାଭାଗଙ୍କର ଉପସ୍ଥିତିରେ ସତସଙ୍ଗ ଓ ପାରାୟଣ ଅନୁଷ୍ଠିତ ହୋଇଥିଲା । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୨୮ ରୁ ଉର୍ଦ୍ଧ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତେ ଭାବବିହ୍ବଳିତ ହୋଇ ଅଷ୍ଟାଦଶ ଅଧ୍ୟାୟର ଶ୍ଲୋକ ବ୍ୟାଖ୍ୟା ଉପଭୋଗ କରିଥିଲେ। ଶ୍ରୀମତୀ ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ । ସଭାପତିଙ୍କ ଅନୁମତି କ୍ରମେ ସଭାସାଙ୍ଗ ହୋଇଥିଲା।