୨୦୨୪ ପୂର୍ବରୁ ହେବ କି ଲୋକସଭା ନିର୍ବାଚନ ?

ପାଖାପାଖି ବର୍ଷେ ସମୟ ବାକି ରହିଛି ୨୦୨୪ ଲୋକସଭା ନିର୍ବାଚନକୁ । ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ବିଜେପି, କଂଗ୍ରେସ ସହ ଅନ୍ୟ ସମସ୍ତ ରାଜନୈତିକ ଦଳ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଗୋଟି ଚାଳନା କରୁଛନ୍ତି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୨୪କୁ ନଜରରେ ରଖି ସରକାରର ୯ ବର୍ଷର ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ମାସେ ଧରି ଅଭିଯାନ ଆରମ୍ଭ କରିଛି । ବିଜେପିର ଅଭିଯାନ ଅନୁସାରେ, ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ଜନସଭା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେଉଛନ୍ତି । ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ଏକାଠି ହେବାକୁ ପ୍ରୟାସ କରୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତା ୨୩ରେ ପାଟଣାରେ ବିରୋଧୀ ଦଳର ନେତାଙ୍କୁ ନେଇ ଏକ ବଡ଼ ବୈଠକ କରିବାକୁ ଯାଉଛନ୍ତି । ଏପରିକି ଲୋକସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡ଼କୁ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ନୀତିଶ କୁମାର । ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଏବିପି ନ୍ୟୁଜ୍ ଓ ସି ଭୋଟର ଏକ ସର୍ଭେ କରିଛନ୍ତି । କଣ ୨୦୨୪ ପୂର୍ବରୁ ଦେଶରେ ନିର୍ବାଚନ ହେବ ? ଏନେଇ ହୋଇଥିବା ସର୍ଭେରେ ଲୋକଙ୍କ ମତାମତ ମଧ୍ୟ ବିରୋଧୀଙ୍କ ଇସାରାକୁ ଇଙ୍ଗିତ କରୁଛି । ଅଧିକାଂଶ ଲୋକ ମତ ଦେଇଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ଲୋକସଭା ନିର୍ବାଚନ । ସି ଭୋଟର ପକ୍ଷରୁ ହୋଇଥିବା ସର୍ଭେର ଆଗୁଆ ନିର୍ବାଚନ ସପକ୍ଷରେ ୩୩ ପ୍ରତିଶତ ମତ ଦେଇଥିବା ବେଳେ ବିପକ୍ଷରେ ୫୫ ଏବଂ ୧୨ ପ୍ରତିଶତ ଲୋକ ଏନେଇ ସନ୍ଧିହାନ ଅବସ୍ଥାରେ ଅଛନ୍ତି । ସର୍ବଭାରତୀୟ ସ୍ତରରେ ହୋଇଥିବା ଏହି ସର୍ଭେରେ ସଂସ୍ତା ୧୭୨୪ ଜଣଙ୍କ ମତାମତ ନେଇଥିବା ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.