ନୂଆପଡା ଏନଏସିରେ ଅବ୍ୟବସ୍ଥା: ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଅଧ୍ୟକ୍ଷ ଓ କାଉନସିଲର

ଓଡ଼ିଆ ବାର୍ତ୍ତା / ନୂଆପଡା (ମହେନ୍ଦ୍ର ବାଗ): ନୂଆପଡା ସଦର ଏନ.ଏ.ସିରେ ବ୍ୟାପକ ଭାବେ ଅବ୍ୟବସ୍ଥା ଦେଖା ଦେଇଛି | ଏହି ଏନ.ଏ.ସିରେ ଗତ ୨ ବର୍ଷ ଭିତରେ ୭ ଜଣ ଇଓଙ୍କ ବଦଳି ହୋଇ ସାରିଛି | ଯାହା ଫଳରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି | ଏହାକୁ ନେଇ ଆଜି ଏନ.ଏ.ସି ଅଧକ୍ଷ ଓ ସମସ୍ତ କାଉନସିଲର ନୂଆପଡା ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି | ପ୍ରକାଶ ଯେ କର୍ଣ୍ଣ ସୁନା ୬ ମାସ ୨୦ ଦିନ, ତାଙ୍କ ପରେ ଭୁବନ ଶତପଥୀ ୮ ମାସ ୨୬ ଦିନ ପାଇଁ, ପୁଣି କର୍ଣ୍ଣ ସୁନାଙ୍କୁ ଭାରପ୍ରାପ୍ତ ଭାବେ ୨ ମାସ ଓ ପରେ ନୂଆପଡା ବି. ଡି. ଓ ଙ୍କୁ ୧୮ ଦିନ ପାଇଁ, ପରେ ଡେପୁଟି କଲେକ୍ଟର ଚନ୍ଦନ ଶତପଥୀଙ୍କୁ ୪ ମାସ ୧୩ ଦିନ ପାଇଁ ଅତିରିକ୍ତ ଦାଇତ୍ୱ, ପରେ ପ୍ରେମ ଲାଲ ହିଆଁଲ ଇଓ ଭାବେ କାର୍ଯ୍ୟ କରିଥିଲେ କିନ୍ତୁ ଗତକାଲି ତାଙ୍କର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ.ଏ.ସିକୁ ବଦଳି ହୋଇ ଯାଇଛି | ଏଥିପାଇଁ ପୁଣି ଡେପୁଟି କଲେକ୍ଟର ଚନ୍ଦନ ଶତପଥୀଙ୍କୁ ନୂଆପଡା ଏନ.ଏ.ସି ଇଓ ଦାଇତ୍ୱ ମିଳିଛି | ଏହି ଭଳି ଭାବେ ନୂଆପଡା ଏନ.ଏସି ର ବାରମ୍ବାର ଇଓଙ୍କ ବଦଳି ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇ ପାରୁ ନାହିଁ | ଏହା ସହିତ ଏନ.ଏ.ସି ଜେ.ଇ ସ୍ଵାଗତିକା ମହାନ୍ତିଙ୍କ ମନମୁଖୀ କାର୍ଯ୍ୟକଳାପ ପାଇଁ ମଧ୍ୟ ବିକାଶ ମୂଳକ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବାରୁ ତାଙ୍କୁ ମଧ୍ୟ ଅନ୍ୟତ୍ର ବଦଳି ଦାବୀ କରାଯାଇଛି | ଏହାକୁ ନେଇ ଏନ.ଏ. ସି ପ୍ରତିନିଧି ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି | ଗତକାଲି ମାଧ୍ୟାର୍ହ୍ନରେ ଏନ.ଏ.ସି ଅଧକ୍ଷ ମହମ୍ମଦ ଆଦମଙ୍କ ନେତୃତ୍ୱରେ ଏକ କାଉନସିଲର ପ୍ରତିନିଧି ଦଳ ଜିଲ୍ଲପାଳଙ୍କୁ ଭେଟିବାକୁ ଯାଇଥିଲେ | ଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁଁ ଦେଖା କରି ନ ପାରି ଆଗାମୀ ଦିନରେ ଭୁବନେଶ୍ୱର ଗ୍ରସ୍ତ କରି ଉଚ୍ଚ କତୃପକ୍ଷଙ୍କୁ ଅବଗତ କରିବେ ବୋଲି ସୂଚନା ଦେଇଛନ୍ତି | ତେବେ ତୁରନ୍ତ ଏନ.ଏ. ସି ନୂଆପଡାରେ ସ୍ଥାୟୀ ଇଓ ଏବଂ ଜେଇଙ୍କ ଅନ୍ୟତ୍ର ବଦଳି କରିବାକୁ ଏନ.ଏ.ସି ଉପାଧ୍ୟକ୍ଷା ସଂଯୁକ୍ତା ପଣ୍ଡା, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା (ଟିଟୁ), କାଉନସିଲର ତୋରଣ ମାଝୀ, ଗିରିଧାରୀ ରଣା, ରାନୁ ସାହୁ, ଜୟନ୍ତୀ ରଣା, ଭାଗବତୀ ଦଣ୍ଡସେନା, ଧରମରାଜ ଶବର, ଧନେଶ୍ୱରୀ ସାହୁ, କୁଞ୍ଜ ଅଦା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ଜଣାଇଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.