ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନାରେ ଜିଲ୍ଲାର ପ୍ରଥମ ଧାନ ବିହନ ବିକ୍ରୟ କେନ୍ଦ୍ରର ଶୁଭ ଉଦଘାଟନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜିଲ୍ଲାର ପ୍ରଥମ ମହିଳା ସ୍ୱୟଂ ସହାୟକ ସଦସ୍ୟା ଙ୍କ ଦ୍ୱାରା ପରିଚାଳିତ ଧାନ ବିହନ ବିକ୍ରୟ କେନ୍ଦ୍ର ର ଶୁଭ ଉଦଘାଟନ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଛି l ଏହି ଧାନ ବିହନ ବିକ୍ରୟ କେନ୍ଦ୍ର ମାଁ ଭୈରବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜଟେସିଂହାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେବାକୁ ଥିବା ବେଳେ ଏହି କେନ୍ଦ୍ର ଦ୍ୱାରା ସ୍ଥାନୀୟ କୃଷକ ତଥା ଜନସାଧାରଣ ସହଜ ଓ ସୁଲଭ ମୂଲ୍ୟରେ ଚାହିଦା ମୁତାବକ ଧାନ ବିହନ ସହ ଅନ୍ୟାନ୍ୟ କୃଷି ଉପଯୋଗୀ ବିହନ ପ୍ରଭୁତି ପାଇ ପାରିବେ l ଏହି ଉଦଘାଟନ ଅବସରରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ଲୁହା, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ନାରାୟଣ ଲୁହା, ସହ ଜିଲ୍ଲା ସଂଯୋଜକ ମିଶନଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ବିପିଏସିଏ ବିଥିକା ରାଣୀ ମିଶ୍ର, ବି ଏଲ ସି ରମାକାନ୍ତ ହରିପାଲ ମାଁ ଭୈରବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ମିଶନ ଶକ୍ତି କର୍ମକର୍ତ୍ତା, ସ୍ଥାନୀୟ କୃଷକ ଜନସାଧାରଣ ପ୍ରଭୁତି ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.