ଟାଇନଟନି ଭଗ୍ନାବଶେଷ ପାଖେ ନିଖୋଜ ଆଉ ଏକ ବୁଡ଼ାଜାହାଜ; ୫ ଦିନ ପରେ ମିଳୁନି ପତ୍ତା

ଓଡ଼ିଆ ବାର୍ତ୍ତା/ ଲଣ୍ଡନ: ଟାଇଟନିକ ଭଗ୍ନାବଶେଷ ପାଖରେ ନିଖୋଜ ହୋଇଯାଇଛି ଆଉ ଏକ ପନଡୁବି । ୫ ଦିନ ପରେ ବି ଏହାର କୌଣସି ସନ୍ଧାନ ମିଳିନି ।   ସାରା ବିଶ୍ୱର ରେସକ୍ୟୁ ଟିମ ଲାଗିପଡିଛନ୍ତି ଏହକୁ ଖୋଜିବା ପାଇଁ ।  ଏପଟେ ପନଡୁବିରୁ ସରି ସରି ଆସୁଛି ଅମ୍ଳଜାନ । ହାତରେ ଆଉ ମାତ୍ର ୧୦ ଘଣ୍ଟା ସମୟ ।  ୧୦ ଘଣ୍ଟା ମଧ୍ୟରେ ଶେଷ ହେଇଯିବା ଅମ୍ଳଜାନ । ତେଣୁ ଏଥିରେ ଥିବା ୫ ଜଣଙ୍କ ଜୀବନକୁ ନେଇ ବିପଦ ଦେଖା ଦେଇଛି ।

ରବିବାର ଦିନ ଏହି ବୁଡାଜାହାଜ ଟାଇଟନିକ ଭଗ୍ନାବଶେଷ ଆଡକୁ ଯାଉଥିବାବେଳେ ନିଖୋଜ ହୋଇ ଯାଇଥିଲା । ଆମେରିକା ଓ କାନାଡା ସେନା ବିମାନ, ଫ୍ରାନ୍ସର ଜାହାଜ ଏବଂ ଟେଲି ଗାଇଡେଡ ରିବୋର୍ଟ ଆଦି ସଂସ୍ଥା ପକ୍ଷରୁ ପନଡୁବି ସନ୍ଧାନ ପାଇଁ ଲାଗି ପଡିଛନ୍ତି ।

ଆମେରିକା ତଟରକ୍ଷୀଙ୍କ କହିବା ଅନୁଯାୟୀ, ଏହି ବୁଡାଜାହାଜରେ ଥିବା ଲୋକଙ୍କ ପାଇଁ ଅମ୍ଳଜାନ ସରି ସରି ଆସୁଛି । ସେଥିପାଇଁ ଉଦ୍ଧାରକାରୀ ଟିମ ଦିନରାତି ଲାଗି ପଡିଛନ୍ତି । ଏହି ପନଡୁବିରେ ବିପଦକାଳୀନ ସ୍ଥିତିରେ ୯୬ ଘଣ୍ଟା ପାଇଁ ଅମ୍ଳଜାନ ସୁରକ୍ଷିତ ରହିବା ପରି ବ୍ୟବସ୍ଥା ରହିଛି ।

ଏହାବ୍ୟତୀତ ଚାଳକ ଦଳଙ୍କ ପାଖରେ ମାତ୍ର ଅଳ୍ପଦିନର ରାସନ ରହିଛି । କୁହାଯାଉଛି, ଏହି ନିଖୋଜ ବୁଡାଜାହାଜରେ ବ୍ରିଟିଶ କୋଟିପତି  ହାମିଶ ହାର୍ଡିଂ, ପାକିସ୍ତାନୀ ଟାଇକୁନ ଶହଜାଦ ଦାଉଦ ଓ ତାଙ୍କ ପୁଅ ମଧ୍ୟ ଏଥିର ଅଛନ୍ତି । ୫୮ବର୍ଷିୟ ହାର୍ଡିଂ ଆକ୍ସନ ଆଭିଏସନର ଅଧ୍ୟକ୍ଷ । ସେହିପରି ଶହଜାଦ ଦାଉଦ କରାଚୀରେ ମୁଖ୍ୟାଳୟ ଥିବା ଏନଗ୍ରୋ କମ୍ପାନୀର ଉପାଧକ୍ଷ ।

ଉଦ୍ଧାରକାରୀ ଟିମରେ ସାମିଲ ଥିବା ସୋନାର କ୍ଷମତଧାରୀ ଏକ କାନାଡା ବିମାନ ବୁଧବାର ଏକ ଆବାଜ ଶୁଣିଥିଲା । ଏଥିରୁ  ଅନୁମାନ କରାଯାଉଛି ଯେ, ଏଥିରେ ଥିବା ବ୍ୟକ୍ତି ଜୀବତ ଅଛନ୍ତି । ତେବେ ଏ ନେଇ ଆଉ ବିଶେଷ କିଛି ତଥ୍ୟ ମିଳିନି । ଆମେରିକା ନୌସେନା ଏହି ଶବ୍ଦକୁ ବିଶ୍ଳେଷଣ କରି ଶବ୍ଦ କେଉଁଠୁ ଶୁଭୁଛି ତାହା ଜାଣିବା ପାଇଁ ଉଦ୍ୟମ ଜାରି ରହିଛି ।

ସୂଚନାଥାଉ କି, ଏହି ଛୋଟ ବୁଡା ଜାହାଜରେ ପାଇଲଟଙ୍କୁ ମିଶାଇ ମାତ୍ର ୫ ଜଣ ଲୋକ ଥିଲେ । ଏହି ବୁଡା ଜାହାଜରେ ଯାତ୍ରା କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୨ କୋଟି ୨୮ ଲକ୍ଷ ଦେବାକୁ ପଡିଥାଏ । ଏହାର ଯାତ୍ରା ନିଉ ଫାଉଣ୍ଡଲାଣ୍ଡର ସେଣ୍ଟ ଜନ୍ସରୁ ଆରମ୍ଭ ହୋଇଥାଏ । ଟାଇଟନିକ ଭଗ୍ନାବଶେଷ ପାଖରେ ପହଞ୍ଚିବା ଏବଂ ସେଠାରୁ ଆସିବା ପାଇଁ ୮ ଘଣ୍ଟା ସମୟ ଲାଗିଥାଏ । ବୁଡାଜାହାଜ ପରିଚାଳନାକାରୀ କମ୍ପାନୀ ଓସେନ ଗେଟ ଏକ୍ସପେଡିସନ୍ସର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ରିସର୍ଚ୍ଚ ଭେସେଲ ଟାଇଟାନର ଲମ୍ବ ୬ଦଶମିକ ୫ମିଟର ଅର୍ଥାତ ୨୧ ଫୁଟ୍ । ଏହି ବୁଡାଜାହାଜ ୧୩ ହଜାର ୧୦୦ ଫୁଟ ଗଭୀରକୁ ପହଁଚିବାକୁ ସକ୍ଷମ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.