ରାୟଗଡାରେ ବିଜେଡିର ଜନସଂପର୍କ ପଦଯାତ୍ରା: ଘରେ ଘରେ ପଂହଚିବ ବିକାଶର ବାର୍ତା

୬ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀଙ୍କ ବିଶାଳ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପ୍ରତି ଘରେ ଶଙ୍ଖ ଧ୍ୱନି ଓ ବିକାଶର ବାର୍ତା ପଂହଚାଇବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗାନ୍ଧୀ ଜୟନ୍ତି ଠାରୁ ଲୋକ ନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତି ଅକ୍ଟୋବର ୧୧ତାରିଖ ଆଜି ଯାଏଁ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡିଳୀରେ ଆରମ୍ଭ ହୋଇଛି ଜନସଂପର୍କ ପଦଯାତ୍ରା । ଏହି କ୍ରମରେ ରାୟଗଡା ନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଦିନ ରାୟଗଡା ଠାରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ରାଜ୍ୟ ଉପସଭାପତି ଏନ.ଭାସ୍କର ରାଓଙ୍କ ନେତୃତ୍ୱରେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଏହି ପଦଯାତ୍ରାଟି ନଗର ପରିକ୍ରମା କରି ତେଜସ୍ୱୀ ହୋଟେଲ ପଡିଆ ପର୍ଯ୍ୟନ୍ତ ପଂହଚିଥିବା ବେଳେ ଏଥିରେ ରାୟଗଡା ଓ କାଶିପୁର ବ୍ଳକର ୬ହଜାରରୁ ଉର୍ଦ୍ଧ ବିଜେଡି କାର୍ଯ୍ୟକର୍ତା, ପଦାଧିକାରୀ ତଥା କର୍ମୀମାନେ ସାମିଲ ହୋଇଥିଲେ ।

ନବୀନ ପଟ୍ଟନାୟକ ଜିନ୍ଦାବାଦ, ଭାସ୍କର ରାଓ ଜିନ୍ଦାବାଦ ନାରାରେ କମ୍ପି ଉଠୁଥିଲା ରାୟଗଡା ସହରର । ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନାକୁ ନେଇ ଲୋକଙ୍କ ପାଖରେ ପଂହଚିବ ଶାସକ ବିଜେଡି ଦଳ । ତୃଣମୂଳ ସ୍ତରରେ ଲୋକଙ୍କ ସହ ଯୋଡି ହେବା ପାଇଁ ଦଳୀୟ ନେତାଙ୍କୁ ଆହ୍ୱାନ ଦେଇଥିଲେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୪ ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ଥିବା ବେଳେ ଏଥର ପ୍ରଭାବୀ ଢଙ୍ଗରେ ରାୟଗଡା ନିର୍ବାଚନ ମଣ୍ଡଳିରେ ପଦଯାତ୍ରାକୁ ବେଶ ଗୁରୁତ୍ୱ ଦେଇଛି ଦଳ । ଜନ ସଂପର୍କ ମାଧ୍ୟମରେ ସାଂଗଠନିକ ସ୍ଥିତିକୁ ସୁଦୃଢ କରିବା ଦଳ ଲକ୍ଷ ରଖିଛି ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି ।

ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ନିର୍ବାଚନ ମଣ୍ଡଳି ପର୍ଯ୍ୟବେକ୍ଷକ ରଂଜିତ ରଏ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ରାଜ୍ୟ ବିଜେଡି ସାଧାରଣ ସଂପାଦକ ଜଗଦୀଶ ପାତ୍ର, ସଂପାଦକ ଅମୀୟ କୁମାର ସ୍ୱାଇଁ, ଜିଲ୍ଳା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ଶ୍ରୀମତି ଶର୍ମିଷ୍ଠା ପାଢୀ, ଜିଲ୍ଳା ବିଜୁ ଯୁବ ଜନତା ଦଳ ସଭାପତି ଅବିନାଶ ବିଶୋଇ,ରାୟଗଡା ନଗର ସଭାପତି ବି.ଜଗନ ମୋହନ ରାଓ, ଜିଲ୍ଳା ସଂପାଦକ ଡୋଡଲା ଶ୍ରୀନିବାସ, ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ବିନାୟକ କରଙ୍କ ସମେତ ବହୁ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.