ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା : ବିଭାଗର ନିଘା ନାହିଁ

କଳାହାଣ୍ଡି,(ହେମନ୍ତ ସାହୁ: ମ.ରାମପୁର ପୂର୍ତ୍ତ ବିଭାଗର ରାସ୍ତା ମରଣ ଯନ୍ତା ପାଲଟିଥିବାବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ସୂଚନା ଅନୁଯାୟୀ,ମ.ରାମପୁର-ମୋହନଗିରୀ ରାସ୍ତା ମାଣିକେରା ନିକଟରେ ଥିବା ରୁକୁଣୀ ନାଳରେ ଥିବା ପୋଲ ତଳୁ ମାଟି ଖାଇ ଯାଇଥିବାବେଳେ ଉପରକୁ କିନ୍ତୁ ଚିକ୍କଣ ଜଣାପଡ଼ୁଛି । ଯାହା ଫଳରେ ଯଦି ଯାତ୍ରୀମାନଙ୍କ ଜୀବନ ବିପଦ ପୂର୍ଣ୍ଣ ରହିଛି । ଉକ୍ତ ପୋଲ ପାଖରେ ମ.ରାମପୁରରୁ ଯିବାବେଳେ ଗୋଟିଏ ପାଖରେ ଖାଲ ଥିବାବେଳେ ଅନ୍ୟପାଖରେ ପୋଲ ଚଟାଣର ମାଟି ଖାଇ ଯାଇ ବିରାଟ ଫାଙ୍କ ସୃଷ୍ଟି ହେଇଛି । ଏ ନେଇ ଅଂଚଳବାସୀ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ସୂଚନାଦେଇଥିଲେ ସୁଦ୍ଧା ଏହି ସମସ୍ୟା ର ସମାଧାନ ଦିଗରେ ଯତ୍ନବାନ ହେଉନଥିବା ଜଣାଯାଇଛି । ଏଠାରେ ସୂଚନାଥାଉ କି, ପୂର୍ତ୍ତ ବିଭାଗ ଆବଶ୍ୟକ ନଥିବା ଜାଗା ମାନଙ୍କରେ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରିବା ସହ ଠିକାଦାର ପୋଷଣ ନୀତି ଧରିଛନ୍ତି । କିନ୍ତୁ ଯୋଉଠି ରାସ୍ତା ମରଣ ଯନ୍ତା ହେଇପଡ଼ିଛି ତାହାକୁ ଆଖି ବୁଜି ଦେଇଛି । କାରଣ ଏହି କାମରେ ବିଶେଷ କିଛି ଅର୍ଥ ମିଳିବାର ନାହିଁ । ଏନେଇ ଏସଡ଼ିଓ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ, ସେ ସଂପୃକ୍ତି ଯନ୍ତ୍ରୀଙ୍କ କୁ କହିସାରିଛି, ସେ ଉକ୍ତ ସ୍ଥାନ ପରିଦର୍ଶନ କରିବା ସହ ଯଥାସମ୍ଭବ ଶିଘ୍ର ମରାମତି କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ । ଏଠାରେ ଉଲ୍ଲେଖଥାଉ କି, ପୂର୍ତ୍ତ ବିଭାଗ ରାସ୍ତା ପାଜିବାହାଲି ଛକରୁ ମୋହନଗିରୀ ରାସ୍ତା ପାଖରେ ଏକ ଆମ୍ବ ଗଛ ଭାଙ୍ଗି ରାସ୍ତାକୁ ଅଧା ମାଡ଼ି ବସିଛି କିନ୍ତୁ ଏହାକୁ ବି ସେହି ସ୍ଥାନରୁ ହଟାଯାଇନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଗଛ ପଡ଼ିଥିବା ରାସ୍ତାଟି ବୁଲାଣି ଥିବାରୁ ଦୁର୍ଘଟଣାକୁ ବି ଏଡ଼ାଇ ଦିଆଯାଇନପାରେ । ତେଣୁ ପୂର୍ତ୍ତ ବିଭାଗ ଏହି ସବୁ ସମସ୍ୟାର ଯଥାଶିଘ୍ର ସମାଧାନ କରିବାକୁ ଦୀବୀ ହେଉଛି ।

 

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.