ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ଥିବା କସ୍ତୁରବା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଅନୁଷ୍ଠିତ ହୋଇଛି। ଗୋଷ୍ଠି ଶିକ୍ଷାଅଧିକାରୀ ପ୍ରତିଶୃତି ସିଂଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ ଆୟୋଜିତ ହୋଇଯାଇଛି।ଏଥିରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଏସ ନାଗଭୂଷଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡବ୍ଲୁଇଓ ଚନ୍ଦନ ଦାସ ବାଙ୍ଗାରି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଥିବା ବେଳେ ସମ୍ମାନିତ ଅତିଥି ଏବିଇଓ ବିଜୟ କୁମାର ସେଠୀ ମୁଖ୍ୟ ବକ୍ତା ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜିତ ଗିରି, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ସଭାପତି ସୁରେନ୍ଦ୍ର ହିକକା ମଞ୍ଚାସିନ ରହିଥିଲେ। ୧୩ ଟି ସର୍କଲ ଆଞ୍ଚଳିକ ସାଧନା ସଂଯୋଜକ ୧୩ଟି ବିଦ୍ୟାଳୟ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ର ଛାତ୍ରୀ ମାନେ ମୋଟ ୨୫୦ ରୁ ଉର୍ଦ୍ଧ୍ବ ସୁରଭି କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସୃଜନଶୀଳ ଲିଖନ, ବକୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର, ଶ୍ରୁତିଲିଖନ, ଦଳଗତ ନୃତ୍ୟ, ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ଚିତ୍ରାଙ୍କନ, ସଂଗୀତ ସଂସ୍କୃତିକ କାର୍ଯ୍ୟକ୍ରମ, ପିଏମ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ, ଆୟୋଜନ ହୋଇଛି। ଏଥିରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ସୁରଭିରେ ଭାଗ ନେବେ ବୋଲି ଜଣାପଡିଛି। ଉକ୍ତ କାର୍ଯ୍ୟ କ୍ରମ ର୍ପୂଜରିଗୁଡା ବିଦ୍ୟାଳୟର ଖେଳ ଶିକ୍ଷକ ଶିଶିର କୁମାର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। ୧୩ ଗୋଟି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ।





