ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ସଦର ଆବାସିକ ସେବଶ୍ରମରେ ପ୍ରଧାନ ସେବକ ଶ୍ରୀ ଚନ୍ଦ୍ରସେନ ଶ୍ରୀରାମଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ସାମ୍ପ୍ରସାରଣ ଅଧିକାରୀ ଚନ୍ଦନଦାସ ବାଙ୍ଗାରି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୁନା ସିକକା ଓ ଭାରପ୍ରାପ୍ତ ପ୍ରଧାନ ସେବିକା ଅଞ୍ଜଳି ନାଚିକା ମଞ୍ଚାସିନ ରହିଥିଲେ। ପ୍ରଥମେ ଶ୍ରୀରାମ ସାରଙ୍କୁ ପୁଷ୍ପଗୁଛ ଦେଇ ସେବାଶ୍ରମରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍ୱାଗତ କରିଥିଲେ ଓ ସେବାଶ୍ରମ ଛାତ୍ରୀମାନେ ବିଦାୟ କାଳୀନ ସଂଗୀତ ପରିବେଷଣ କରିଥିଲେ। ଅବସର ପ୍ରାପ୍ତ ପ୍ରଧାନ ସେବକ ତାଙ୍କ ସପରିବାର ସହ ଉପସ୍ଥିତ ରହିଥିଲେ। ସେବକଙ୍କ କାର୍ଯ୍ୟକାଳ ବିଷୟରେ ପର୍ଯ୍ୟୟ କ୍ରମେ ଶିକ୍ଷକ ରକ୍ଷିତ କୌଶଲ୍ୟା, ବୀରେନ୍ଦ୍ର କୌଶଲ୍ୟା, ଚନ୍ଦ୍ରଶେଖର କାଡ୍ରାକା, ସେବିକା ଅଞ୍ଜଳି ନାଚିକା ଓ ପରିଶେଷରେ ବ୍ଲକ ସାମ୍ପ୍ରସାରଣ ଅଧିକାରୀ ଶ୍ରୀ ବାଙ୍ଗାରି ଅଭିଭାଷଣ ରଖିଥିଲା। ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ସେବାଶ୍ରମର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଏଏନଏମ, ସିସିଏ ମାନେ ସହଯୋଗ କରିଥିବା ବେଳେ ଶିକ୍ଷକ ବୀରେନ୍ଦ୍ର କୌଶଲ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।





