ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଜୁ୍ରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ଗ୍ରାମକୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଗସ୍ତ କରିଛନ୍ତି | ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା | ବିଧାୟକଙ୍କ ପ୍ରତିନିଧି ବିମଲ ଶର୍ମା, ସାଂସଦ ପ୍ରତିନିଧି ଅକ୍ଷୟ ରଣା ପ୍ରମୁଖ ବିଧାୟକଙ୍କ ଗସ୍ତ କାଳରେ ଉପସ୍ଥିତ ରହିଥିଲେ | ଶ୍ରୀରାମ ମାନସ ସମିତି ଏବଂ ଗ୍ରାମବାସୀଙ୍କ ତରଫରୁ ବିଧାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା | ନିର୍ମାଣାଧୀନ ତଥା ଅର୍ଦ୍ଧ ନିର୍ମିତ ଶ୍ରୀରାମ ମନ୍ଦିରକୁ ବିଧାୟକ ଶ୍ରୀ ଜୈନ ବୁଲି ଦେଖିଥିଲେ ଏବଂ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନେଇ ଆବଶ୍ୟକ ସହଯୋଗ କରାଯିବ ବୋଲି ଗ୍ରାମବାସୀଙ୍କୁ କହିଥିଲେ | ବିଜେପି କର୍ମୀ ନବୀନ ଦାସ, କୁଞ୍ଜବିହାରୀ ଖମାରୀ, ଶ୍ରୀକାନ୍ତ ମିର୍ଦ୍ଧା, ନରଦୀପ ମାହାର, ଯୋଗେଶ୍ୱର ମିର୍ଦ୍ଧା, ଶ୍ରୀରାମ ମାନସ ସମିତିର ସଦସ୍ୟ ଲିଙ୍ଗରାଜ ବେହରା, ସଂକୀର୍ତ୍ତନ ବାଗ, ଗୋପାଳ ଖମାରୀ, ଧନସିଂ ମାଝୀ, ନାରାୟଣ ବାଗ, କିଶୋର ମାହାର, ସଦସ୍ୟା କୁନ୍ତୀ ଖମାରୀ, କୌଶଲ୍ୟା ମାହାର, ସନ୍ତୋଷିନୀ ମାଝୀ, ସୂର୍ଯ୍ୟକାନ୍ତି ମାଝୀ, ଜ୍ୟୋତ୍ସ୍ନା ପରୁଆ, କୈକେୟୀ ଖମାରୀ, ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ |





