ତୋତ୍ରାଗୁଡା ଗ୍ରାମରେ ପାଳିତ ହେଲା ପାରମ୍ପରିକ ଟୋକିପର୍ବ

ଓଡ଼ିଆ ବାର୍ତ୍ତା/ କଳମପୁର (ଶରତ ଚନ୍ଦ୍ର ସୁନାନୀ): ଟୋକୀପର୍ବ ହେଉଛି ଆଦିବାସୀ ମାନଙ୍କ ପାରମ୍ପରିକ ପର୍ବ। ମାଟିମାତା ସନ୍ତୋଷ ହେଲେ ଫସଲ ଭଳ ଅମଳ ହେବା ଓ ସମସ୍ତ ରୋଗ ନିବାରଣ ହେବ ବୋଲି ପୂର୍ବେ କୁଆଁରୀ ଝିଅକୁ ବଳି ଦିଆଯାଉଥିଲା, ତାଙ୍କ ଭାଷାରେ କୁଆଁରୀ ଝିଅକୁ ଟୋକି ବୋଲି କହୁ ଥିବାରୁ ଏହା ‘ଟୋକୀପର୍ବ’ ବୋଲି ନାମିତ ହୋଇଛି। ବର୍ତ୍ତମାନ ଯୁଗ ପରିବର୍ତ୍ତନ ପରେ ଟୋକି ବଦଳରେ ଏବେ ବୋଦାବଳୀ ଦିଆଯାଉଛି। ଆଦିବାସୀ ମାନଙ୍କର ଏହା ହେଉଛି ଏକ ନିଆରା ପର୍ବ। ପ୍ରତି ବାର ବର୍ଷରେ ଥରେ ପ୍ରତେକ୍ୟ ଗ୍ରାମରେ ଏହି ପର୍ବ ପାଳନ କରାଯାଇଥାଏ। ଯେଉଁ ଗ୍ରାମରେ ଟୋକି ପର୍ବ ପାଳନ ପାଇଁ ଧାର୍ଯ୍ୟ ହୁଏ ସେହି ଗ୍ରାମ ବୈଶାଖ ମାସରୁ ପ୍ରଥମେ ବାଲିକାଢ଼ି ଗ୍ରାମର ବିଭିନ୍ନ ଦେବା ଦେବୀ ମାନଙ୍କୁ ପୂଜାପାଠ କରି ସନ୍ତୋଷ୍ଟି କଲା ପରେ ପୌଷ ମାସର ପୂର୍ଣ୍ଣିମା ପୂର୍ବ ରବିବାରରେ ଏହି ଟୋକିପର୍ବ ସମାପନ ହୋଇଥାଏ। ଏହି ଟୋକିପର୍ବରେ ଗୁରୁମେ, ଦିଶାରି, ଜାନୀ, ପୂଝାରୀ, ମୁନ୍ଦୁରାଧାରିଆ, ରପୀୟା ମାନେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳିତ ହେଉଥିବାବେଳେ ଆଜି କଳମପୁର ବ୍ଲକର ଖଣ୍ଡି ଡ଼ଙ୍ଗରିଗୁଡ଼ା, ମାଠିଆପଡ଼ା ସମେତ ହାରାମାଲ ଗ୍ରାମ ପଞ୍ଚାୟତ ଅଧିନସ୍ତ ତୋତ୍ରାଗୁଡା ଗ୍ରାମରେ ମହା ଧୁମଧାମ ପାଳିତ ହେଇଯାଇଛି। ତୋତ୍ରଗୁଡ଼ା ଗ୍ରାମର ଟୋକିପର୍ବରେ ଆଖ ପାଖ ଅଞ୍ଚଳର ୨୫ ଗୋଟି ଗ୍ରାମର ଆଦିବାସୀ ମାନେ ନିଜ ଦେବାଦେବୀ ସହ ଅସ୍ତ୍ର ଶସ୍ତ୍ର ଧରି ବାଜାର ତାଳେ ତାଳେ ନାଚି ନାଚି ଟୋକିପର୍ବ ପଡ଼ିଥିବା ଗ୍ରାମକୁ ଆସିଥାନ୍ତି, ଏହାକୁ ତାଙ୍କ ଭାଷାରେ ଫୋଦ୍ କୁହଯାଏ। ଏହି ଫୋଦ୍ ପ୍ରଥମେ ମାଟିଗୁଡ଼ିକୁ ପରିକ୍ରମା କରି ଯେଉଁ ଠାରେ ବୋଦା ବଳୀ ଦିଆଯାଏ ସେହି ଧରଣୀଗୁଡ଼ିରେ ଅବସ୍ଥାନ କରିଥାନ୍ତି। ଟୋକିପର୍ବ ପଡ଼ୁଥିବା ଗ୍ରାମର ଜାନୀ ଓ ପୁଝାରୀଙ୍କ ଘରୁ ବୋଦା ବାହାର କରି ଧରଣୀ ଗୁଡ଼ିକୁ ଅଣାଯାଇଥାଏ। ଏହି ପର୍ବରେ ସାମିଲ ହୋଇଥିବା ଜାନୀ ନିଜ ନିଜ ଗ୍ରାମର ମାଟିଦେବତାଙ୍କୁ ସନ୍ତୋଷ କରିବା ପାଇଁ ବୋଦା ମାଂସକୁ ନେଇ ନିଜ ଗ୍ରାମର ଧରଣୀ ଗୁଡ଼ିରେ ପୋତିଥାନ୍ତି। ପୂର୍ବରୁ ବିଶ୍ୱାସ ରହିଛି ଯେ ବୋଦାର ମାଂସକୁ ଗ୍ରାମର ଦେବୀ ପୀଠରେ ଓ ଜମିରେ ପୋତିଲେ ରୋଗ ନିବାରଣ ସହିତ ଜମିରେ ଭଲ ଅମଳ ହୋଇଥାଏ।

Udyog Nursery
Udyogi Nursery

ଏହି ତୋତ୍ରାଗୁଡା ଟୋକିପର୍ବରେ ଗୁରୂମେ ଉଜଲ୍ ମାଝୀ, ଦିସାରି ପଟ୍ଟନାୟକ ମାଝୀ, ଜାନୀ ସୁବାସ ମାଝୀ, ରୋପିଆ ମୋହନ ମାଝୀ, ମୁନ୍ଦୁରାଧରିଆ ଚନ୍ଦ୍ର ମାଝୀ ପୂଜା କାର୍ଯ୍ଯ ସମ୍ପାଦନ କରିଥିଲେ। ଟୋକିପର୍ବ କମିଟିର ସଭାପତି ବୈକୁଣ୍ଠ ନାଏକ, ସମ୍ପାଦକ ଛବି ଚନ୍ଦ୍ର ପଟେଲ, କୋଷାଧ୍ୟକ୍ଷ ରାମେଶ୍ବର ନାଏକ ଓ କାର୍ଯ୍ୟକାରୀ କମିଟିର ସୁଶାନ୍ତ ମାଝୀ, ଡାଉଲ ନାଏକ, ଯଶୋବନ୍ତ ନାଏକ, ନାକ ସୁନାନୀ, ଭକାଲୁ ହରିଜନ, ପ୍ରହଲ୍ଲାଦ ମାଝୀ, ବୁନୁ ବାରିକ, ଅଜମ୍ ମାଝୀ, ଡମ୍ବରୁ ଧର ପଟେଲ, ମୋହନ ମାଝୀ, କୈଳାସ ନାଗ, ଗୋପୀନାଥ ପଟେଲ, କପିଲ ପଟେଲଙ୍କ ସମେତ ତୋତ୍ରାଗୁଡା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.