ରୁପ୍ରାରୋଡରେ ୨୪ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ ପାଇଁ ଭୂମି ପୂଜନ ଓ ଦେବଦମ୍ପତି ସମ୍ମିଳନୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଲକ୍ଷ୍ମୀପୂଜା ମଣ୍ଡପ ପରିସରରେ ଗାୟତ୍ରୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ପୂଜା ଭାବରେ ଦେବଦମ୍ପତି ସଂଜୀବନୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃୟାରୀ ୨୧ ରୁ ୨୫ ପାଞ୍ଚଦିନ ଧରି ଅନୁଷ୍ଠିତ ହେବ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ । ଏଥିପାଇଁ ରବିବାର ଅନୁଷ୍ଠିତ ଗାୟତ୍ରୀ ପୂଜା ମଧ୍ୟରେ ଦେବ ଦମ୍ପତି ସଂଜୀବନୀ ପୂଜା ଓ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରୁପ୍ରାରୋଡ, ନର୍ଲା, ନର୍ଲାରୋଡ, ମାଣ୍ଡେଲ ଓ ଆଖପାଖ ଅଞ୍ଚଳର ୧୫୦ ଯୋଡି ଗାୟତ୍ରୀ ପରିଜନ ଦମ୍ପତି କଳସ ସ୍ଥାପନା କରି, ପୂଜା ସମାଗ୍ରୀ ନେଇ, ଦୀପ ଜାଳି ସଂଜିବନି ପୂଜା କରିଛନ୍ତି । ଏଥିରେ ମୁଖ୍ୟ କର୍ତ୍ତା ଭାବରେ ସରୋଜଦେବୀ ଅଗ୍ରୱାଲ ଓ ସାଗରମଲ ଅଗ୍ରୱାଲ ଦାଇତ୍ୱ ନିର୍ବାହନ କରିଥିଲେ । ନୂଆପଡା ଜିଲ୍ଲା ଜୋନ ପ୍ରମୁଖ କେତନ ସିଂ ବାରିକ, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ତପନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Udyog Nursery
Udyogi Nursery

ମୁଖ୍ୟ ପ୍ରବକ୍ତା ଭାବରେ ହରିଦ୍ୱାରରୁ ଆସିଥିବା ମୁଖୟ ମାର୍ଗଦର୍ଶକ ଅଶୋକ ପେଣ୍ଠୋଇ ପ୍ରବଚନ ପ୍ରଦାନ କରିଥିବା ବେଳେ ସରୋଜ ମାଝୀ, ଦେବେନ୍ଦ୍ର ବିଶ୍ୱାଳ, ଭୀଷ୍ମ ଭାଇ, ପୂର୍ଣ୍ଣିମା ଭଉଣୀ ଓ ରେବତୀ ଭଉଣୀ ମଞ୍ଚାସିନ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନର୍ଲାରୋଡ, ରୁପ୍ରାରୋଡ ଗାୟତ୍ରୀ ପରିବାରର ବିଶିଷ୍ଟ ସଦସ୍ୟ ତୀର୍ଥ ବୁଦ୍ଧିଆ, ଅନୀଲ ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ଚକ୍ରଧର ସା, ସୁରେଶ ଅଗ୍ରୱାଲ, କୁନୁ ଗଡତିଆ, ମୋହନ ପୁଟେଲ, ପଙ୍କଜ ଗଉଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ଡିସେମ୍ବର ୧୫ ରୁ ନର୍ଲା ବ୍ଲକ ଅଞ୍ଚଳର ପ୍ରତି ଗାଁ କୁ ଗାଁ ଯାଇ ପ୍ରବଚନ ସହ ଗାଁର ଦେବ ସ୍ଥଳୀ ଗୁଡିରେ ଦୀପ ଯଜ୍ଞ ଅନୁଷ୍ଠିତର ଧାରା ଚାଲିଆସୁଛି । ଏଥିରେ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ଋଷିପୁତ୍ର ଓ ପୁତ୍ରୀ ଗଣ ସାମିଲ ହୋଇ ସ୍ଥାନୀୟ ଗାୟତ୍ରୀ ପରିବାରର କାର୍ଯ୍ୟକର୍ତ୍ତାଙ୍କ ସହ ଯାଇ ଏହି ଦୀପ ଯଜ୍ଞ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ନର୍ଲା ବ୍ଲକ ପ୍ରଭାରୀ ଅନୀଲ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.