ପ୍ରଥମ ଲୋକକଳା ଦିବସ ସମାରୋହ : ପ୍ରାଚୀନ ଲୋକକଳା ଢାପ୍ ରେ କଂପିଲା ମଞ୍ଚ

ବଲାଂଗିର,୧୫/୬ : ସ୍ଥାନୀୟ ଟାଉନହଲ ପରିସରରେ ଜିଲ୍ଲାସ୍ତରୀୟ ଲୋକ କଲା ଦିବସ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଯେଉଁଥିରେ ବଲାଙ୍ଗୀର ଜିଲ୍ଲାପାଳ ତଥା ଜିଲ୍ଲା କଳା ସଂସ୍କୃତି ସଂଘର ସଭାପତି ଅରିନ୍ଦମ ଡାକୁଆ ଅଧ୍ୟକ୍ଷତା କରିଥିଲା। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକ କଳାକାର ମାନେ ଯୋଗଦେଇ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ। ଯେଉଁଥିରେ ଢାପ୍, ଘୁଡୁକା ସହ ବିଭିନ୍ନ ପ୍ରକାର ନୃତ୍ୟ, ଓ ସଙ୍ଗୀତ ପରିବେଷିତ ହୋଇଥିଲା। ଲୋକ କଳା, ସାହିତ୍ୟ ଓ ସଂସ୍କୃତିକୁ ବଜାୟ ରଖିବା ଥିଲା ଏହାର ମୁଖ୍ୟ ଉଦେଶ୍ୟ। ଉତ୍ସବରେ ବଲାଂଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୂଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ବରିଷ୍ଠ ସାରସ୍ୱତ ସାଧକ ଶ୍ରୀଯୁକ୍ତ ନରସିଂହ ପ୍ରସାଦ ଗୁରୁଙ୍କର “ଆମର ବର୍ଣ୍ଣମାଳା” ପୁସ୍ତକର ଲୋକାର୍ପଣ ହୋଇଥିଲା ।  ଯେଉଁଥିରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ସତପଥି , ଘାସିରାମ ମିଶ୍ର, ଜଗଦା ନନ୍ଦ ଛୁରୀଆ ପ୍ରମୁଖ ମଞ୍ଚସିନ ଥିଲେ। ଏବଂ ଏହି ଅବସରରେ ବଲାଙ୍ଗୀର ଜିଲ୍ଲାର ବହୁ କଳା ପ୍ରେମୀଙ୍କ ସହ ବହୁ ବରିଷ୍ଠ ନାଗରିକ ସାମିଲ ହୋଇ ଏହି ଉତ୍ସବକୁ ଦ୍ୱିଗୁଣିତ କରିଥିଲେ।

 

ବଲାଂଗିରରୁ ସଞ୍ଜୟ ମିଶ୍ରଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.