ଲାଞ୍ଜିଗଡ଼,୧୫/୬ : ବନସ୍ତେ ଡାକିଲା ଗଜ… ବଜସକେ ଥରେ ଆସିଛି ରଜ, ଆସିଛି ରଜଲୋ ଘେନି ନୂଆ ସଜବାଜ…. । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ପାଳିତ ହେଉଥିବାବେଳେ ଲାଞ୍ଜିଗଡ଼ ବ୍ଲକର ଗାଁ ଗାଁ ରେ ପାଳିତ ହେଉଛି ଆନନ୍ଦର ପର୍ବ ରଜ । ସବୁଠି ଉତ୍ସହ ଦେଖିବାକୁ ମିଳୁଛି ପିଲାରୁ ବୟସ୍କ ସମସ୍ତେ ଆନନ୍ଦିତ ।
କୁଆଁରୀ ଝିଅର ଖୁସି କହିଲେ ନ ସରେ କାରଣ, ବର୍ଷକ ପରେ ଖୁସିର ପସରା ମେଳି ଆସିଛି ରଜ । ଲାଞ୍ଜିଗଡ ରଜର ସ୍ବାତନ୍ତ୍ରତା ହେଲା ପ୍ରକୃତି କୋଳରେ ପାରଂପାରିକ ବିଧାନ ଅନୁସାରେ ତଥା ଲୋକାଚାର ମତରେ ଏହି ପର୍ବ ପାଳିତ ହୁଏ । ଗାଁ ଆମ୍ବ ତୋଟା, ପାହାଡ ପର୍ବତର କୋଳରେ ଥିବା ବୃକ୍ଷରାଜିରେ ଏକାଠି ହୋଇ ମସ୍ତି କରନ୍ତି କୁଆରୀ କନ୍ୟାମାନେ ।
ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ସାଙ୍ଗ ମାନଙ୍କ ସହିତ ମଜା ମଜଳିଶ୍ କରିବାରେ ସତେ ଯେମିତି ଏକ ଅପୂର୍ବ ସୁଯୋଗ। ଆରିସା କାକରା ପୋଡ଼ ପିଠାରେ ଗାଁ ମୁଣ୍ଡରେ ମହକୁ ଥିବା ବେଳେ କଟମଟ କଲାଣି ରଜ ଦୋଳି। ତେବେ ଗତ କାଲି ପହିଲି ରଜ ସରିଯାଇଥିବା ବେଳେ ଆଜି ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନ ରେ ବିଭିନ୍ନ ପ୍ରକାର ଆୟୋଜନ କରା ଯାଇଛି କେଉଁଠି ଦୋଳି ଓ ପୁଚି ଖେଳ ତୋ ଆଉ କେଉଁଠି ବିଭିନ୍ନ ପ୍ରତି ଯୋଗିତା କରାଯାଇଛି । ଉତ୍ସବ ମୂଖର ହୋଇଉଠିଛି ଲାଞ୍ଜିଗଡ ଅଞ୍ଚଳ ।