ଡକାୟତି ଉଦ୍ୟମ ପଣ୍ଡ, ପୁଲିସର ଛାନଭିନ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କିଛି ଦିନର ନିରବତା ପରେ କୋକସରା ଅଞ୍ଚଳରେ ପୁଣି ସକ୍ରିୟ ହେଲେଣି ଡାକୟତ ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ କୋକସରା ଥାନା ଟେମରା ଗ୍ରାମର ଈଶ୍ୱର ଚନ୍ଦ୍ର ସାହୁଙ୍କ ଘରେ ଡକାୟତି ଉଦ୍ୟମ ହୋଇଛି। ତେବେ ଘରଲୋକ ଉଠି ପଡିବାରୁ ଡକାୟତ ମାନେ ଚମ୍ପଟ ମାରିଥିବା ବେଳେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ଘର ପଛ ପଟକୁ ଥିବା ପାଚେରୀକୁ ଡକାୟତ ମାନେ ସିନ୍ଧି କରି ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଡକାୟତି ପାଇଁ ଯୋଜନା ଆରମ୍ଭ କରିଥିଲେ। ଏହା ପୂର୍ବରୁ ଘରଲୋକେ ଉଠି ପଡିବା ଜାଣି ଡକାୟତି ଦଳ ସେଠାରୁ ଫେରାର ହୋଇ ଯାଇଥିଲେ। ଘଟଣା ସମ୍ପର୍କରେ କୋକସରା ପୁଲିସକୁ ଅଭିଯୋଗ କରିବା ପରେ ଗୁରୁବାର ସକାଳେ ପୁଲିସ ଟିମ୍ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଭଙ୍ଗାରୁଜା ହୋଇଥିବା ସିସିଟିଭି କ୍ୟାମେରା ଜବତ କରିଥିବା ସୂଚନା ମିଳିଛି। ତେବେ ଘର ମାଲିକ ପୁଲିସ ନିକଟରେ ସନ୍ଧାନି କୁକୁର ନେଇ ତଦନ୍ତ କରିବାକୁ ଲିଖିତ ଅଭିଯୋଗ ପରେ ସନ୍ଧ୍ୟାରେ ପୁଲିସ ପକ୍ଷରୁ ସନ୍ଧାନି କୁକୁର ସାହାଯ୍ୟରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇଥିବା ଜଣାପଡିଛି। ଏନେଇ କୋକସରା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.