କୋକସରା ବ୍ଲକ ନୂତନ ଯାଦବ ଭବନ ପ୍ରତିଷ୍ଠା ଉତ୍ସବ ଓ ନାମଯଜ୍ଞ ପାଇଁ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ଚିଲିଗୁଡା ଠାରେ ନବ ନିର୍ମିତ ବ୍ଳକ ଯାଦବ ଭବନ ପ୍ରତିଷ୍ଠା ଉତ୍ସବ ଗୁରୁବାର ମହା ସମାରୋହରେ ଅନୁଷ୍ଠିତ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଉଦଘାଟନ କରିଥିଲେ। ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଦ ଯାଦବ, ଭବାନୀପାଟଣାର ପୂର୍ବତନ ପୌର ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ବୁଦ୍ଧିଜୀବି ଶାଖା ସଦସ୍ୟ ଉତ୍କଳ ଯାଦବ ମହାସଭା ଦ୍ବାରୀକା ନାଥ ବାଗ, ଉତ୍କଳ ଯାଦବ ମହାସଭାର ସମ୍ପାଦକ ତଥା କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ଯାଦବ ମହିଳା ସଭାନେତ୍ରୀ ରଶ୍ମିରେଖା ରାଉତ, ପୂର୍ବତନ ଜିଲ୍ଲା ଯାଦବ ସଭାପତି ଡମ୍ବରୁଧର ଲହଜଲ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ଉପସଭାପତି ଡାକେଶ୍ବର ଲହଜଲ, ପୂର୍ବତନ ଜିଲ୍ଲା ସଭାପତି ଟିକଚନ ନାଗ, ଅଧ୍ୟାପକ ମାଧବ ଲହଜଲ, ଧର୍ମଗଡ ଏନ୍ଏସି ସଭାପତି ଅନିରୁଦ୍ଧ ଲହଜଲ, ଜିଲ୍ଲାପରିଷଦ ସଭ୍ୟ ଶଙ୍କର ଜୁଏଡ଼ ଓ ତ୍ରିନାଥ ବାଗ, କଲମପୁର ଯାଦବ ସମିତି ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ଲହଜଳ, ବ୍ଳକ ଯଦବ ମହାସଭା ସଭାପତି ବିନୋଦ ବିହାରୀ ରାଉତ, କେସିଙ୍ଗା ବ୍ଲକ ସଭାପତି ପାନାଲାଲ ବେମାଲ, ଲିଙ୍ଗରାଜ ଗହୀର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ପରିପ୍ରେକ୍ଷୀରେ ବ୍ଲକ ଯାଦବ ମହାସଭାର ସଭାପତି ବିନୋଦ ରାଉତଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବୈଠକରେ ସମାଜର ନାରୀଶିକ୍ଷା ଉପରେ ଗୁରୁତ୍ୱ ଦେବା ସହ ସାଙ୍ଗଠନିକ ସ୍ଥିତି ଆହୁରି ସୃଧୁଢ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହିକ୍ରମରେ ଜମିଦାନ କରିଥିବା ଚିଲିଗୁଡା ଗ୍ରାମର ପାର୍ଥ ଗୋପାଳଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ଚଳିତ ମାଟ୍ରିକ ପରୀକ୍ଷାରେ ବ୍ଲକ ଓ ସ୍କୁଲ ଟପ୍ପର ହୋଇଥିବା ଯାଦବ ଛାତ୍ରଛାତ୍ରୀ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ଲକ ସାଧାରଣ ସମ୍ପାଦକ ଅଲେଖ ଗୋପାଳ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ମାଧବ ଲହଜଳ ଧନ୍ୟବାଦ ଅର୍ପଣ କରିଥିଲେ। ନୂତନ ଭବନ ପ୍ରତିଷ୍ଠା ଉତ୍ସବ ଅବସରରେ ଭବନ ନିକଟରେ ଅଷ୍ଟ ପ୍ରହର ନାମଯଜ୍ଞ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ନୂତନ ଯାଦବ ଭବନ ନିକଟରୁ ଶତାଧିକ ଯାଦବ ସମାଜର ଶତାଧିକ ମହିଳା ଓ ଯୁବତୀ ମାନେ କଳସ ଯାତ୍ରାରେ ବାହାରି ସ୍ଥାନୀୟ ବଡ଼ବନ୍ଦ ନିକଟରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚନା ପରେ ପୂର୍ଣ୍ଣ ଜଳକଳସୀ ଧାରଣ କରି ନାମଯଜ୍ଞ ମଣ୍ଡପ ନିକଟରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ଏହି ସମୟରେ ଯାଦବ ସମାଜର ମହାନ ବିଭବ ବନବାଡି, ସଂକୀର୍ତନ ଦଳ ଓ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଥିବା ବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶୁକ୍ରବାର ସକାଳୁ ନାମଯଜ୍ଞ ଆରମ୍ଭ ହେବାକୁ ଥିବାବେଳେ କର୍ତ୍ତାଭାବେ ପାର୍ଥ ଗୋପାଳ ଓ ତାଙ୍କ ସହ ଧର୍ମିଣୀ ଲାଲ ଗୋପାଳ ଦାୟିତ୍ୱ ନିର୍ବାହ କରୁଛନ୍ତି। ପୂଜକ ଭାବେ କିଶୋର ଠାକୁର ଓ ଗୋପାଳ ପ୍ରସାଦ ଜୀ ଠାକୁର ପୂଜାକାର୍ଯ୍ୟ ନିର୍ବାହ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.