ପୁରୁଷୋତ୍ତମପୁରରେ ଇସ୍କନ ଭକ୍ତଙ୍କ ଦ୍ୱାରା ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ପରିଚାଳକ ବ୍ରଜ ଗୋବିନ୍ଦ ଦାସଙ୍କ ସଂଯୋଜନାରେ ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବିଧାନ ମହା ଆଡମ୍ବର ସହିତ ରୀତିକାନ୍ତି ଅନୁସାରେ ଅସ୍ଥାୟୀ ଭାବରେ ଅନୁଷ୍ଠିତ ହୋଉ ଯାଇଛି | ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ବ୍ଳକ ର ବହୁ ପଞ୍ଚାୟତ ର ଭକ୍ତ ମାନେ ଆସି ଠାକୁରଙ୍କୁ ଦର୍ଶନ କରିବା ପୂର୍ବକ ତାଙ୍କରି ଆଶୀର୍ବାଦ ଭିକ୍ଷା କରିଥିଲେ | ପିଲାଠାରୁ ବୃଦ୍ଧ, ବୃଦ୍ଧା ମାନେ ନାଚ, ମାଧ୍ୟମରେ ତାଙ୍କର ନାମମୃତ ଗାନ କରିଥିଲେ | ଏହା ଦ୍ୱାରା ଭଗବାନ ଓ ଭକ୍ତ ଙ୍କ ମଧ୍ୟରେ ଭକ୍ତି ସହିତ ଭାବର ଆଦାନ, ପ୍ରଦାନ ହେବା ସହ ସମସ୍ତେ ତାଙ୍କରି ପାଦ ପଦ୍ମ ତଳେ ସମର୍ପିତ ହୋଇ ଯାଇଥିଲେ | ଏବଂ ଶେଷରେ ସମସ୍ତେ ପ୍ରଭୁ ଶ୍ରୀକୃଷ୍ଣ ଚନ୍ଦ୍ର ଙ୍କ ଜୟ, ଜୟ ନାଦ କରିଥିଲେ | ଏହିକାର୍ଯ୍ୟ କ୍ରମରେ ବହୁଭକ୍ତ ଙ୍କ ସହିତ ଟୁଟୁ ମହାରଣା, ଲୋକନାଥ ବେହେରା,ମୋହିନୀ ନାୟକ , ମୀନାକ୍ଷି ପାଢ଼ୀ, ରମାକାନ୍ତ ଦଶ , ସନ୍ତୋଷ ବେହେରା , ସନ୍ତୋଷ ସାହୁ , ଅନିଲ ପାଳ, ଅଜିତ ମହାପାତ୍ର , କେ ତ୍ରିଲୋଚନ ପାତ୍ର, କେଦାରନାଥ ମହାନ୍ତି , ଦିଗାମ୍ବର ସ୍ୱାଇଁ ,ସନ୍ଧ୍ୟାରାଣୀ ପାଢ଼ୀ , ରୀତା ମହାରଣା , ଜୀନୁ ବେହେରା , ବବିତା ବେହେରା , ଜୟନ୍ତୀ ମହାରଣା ,ପ୍ରମୁଖ୍ୟ ବ୍ୟକ୍ତି ବିଶେଷ ଭକ୍ତ ମାନେ ସହଯୋଗ କରିଥିଲେ | ଏବଂ ଚାରି ହଜାର ରୁ ଅଧିକଭକ୍ତ ଙ୍କ ନିମନ୍ତେ ପ୍ରସ୍ତୁତକରାଯାଇଥିବା ଏବଂ ଠାକୁରଙ୍କୁ ସମର୍ପିତ ହୋଇଥିବା ପ୍ରସାଦ ଖିରି ସନ୍ତୁଳା, ଏବଂ ବାଦାମ ସିଝା ସେବନ କରିଥୁଲେ | ଆଜି ସେହି ମନ୍ଦିର ରେ ନନ୍ଦ ଉତ୍ସବ ପାଳନ କରି ଉପସ୍ଥିତ ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ଅର୍ଣ୍ଣ ପ୍ରସାଦ ସେବନ କରି ମହା ଆନନ୍ଦ ରେ ସ୍ୱ ଗୃହକୁ ପ୍ରତ୍ୟା ଗମନ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.