ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଗୋବର୍ଦ୍ଧନପୁର କ୍ଳଷ୍ଟର ସଂଯୋଜକ କୁମାର ଗୌରବ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର, ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ,, ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, କଦମ୍ବଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀ, କ୍ଳଷ୍ଟର ସଂଯୋଜକ ସୌଭାଗ୍ୟ କୁମାର ସାହୁ, ମନୋଜ ସାହୁ, ଦୁଃଖିଶ୍ୟାମ ବାରିକ, ପ୍ରକାଶ ପ୍ରଧାନ, ସାମ୍ବାଦିକ ସୁଶୀଲ କୁମାର ବାଗ, ନୀଲେଶ କୁମାର ନାଗ, ଗୋପାଳଦାସ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ବୁଦ୍ଧିଆ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ସଭା ପରିଚାଳନା କରିଥିଲେ। ଏହି ଅବସରରେ କ୍ଳଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ବରିଷ୍ଠ ଶିକ୍ଷକ ଚିନ୍ତାମଣି ବିଶ୍ୱାଳ, ଶରତଚନ୍ଦ୍ର ସାହାଣୀ, ସୁରେନ୍ଦ୍ର ବିଶ୍ୱାଳ, ନୀଳାମ୍ବର ସରାଫଙ୍କୁ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ବିଦ୍ୟାଳୟ ଭାବେ କାଠସମା ତଳପଡା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ମୁଖ୍ୟଅତିଥିଙ୍କଠାରୁ ମାନପତ୍ର ଓ ଉପଢୌକନ ଗ୍ରହଣ କରିଥିଲେ। ସେହିପରି ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସେହିପରି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଚାରକ ଭାବେ ପ୍ରମୋଦ ପରିଡ଼ା, ସନ୍ତୋଷ ପାତ୍ର, ମଧୁସୂଦନ ରାଉତ ଦାୟିତ୍ୱ ତୁଲାଇଥିଲେ। କ୍ଳଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ପରେଶ କୁମାର ଗହୀର, ଯଶୋବନ୍ତୀ ମାଝୀ, ବୈଷ୍ଣବ ବାଗ, ଲିଙ୍ଗରାଜ ସାହୁ, ସୁଜିତ କୁମାର ସାହୁ, ମହେଶ୍ୱର ମାଝୀ, ଲୋକନାଥ କରୁଆଁ, ସରସ୍ୱତୀ ଜେନା, ମାନସ ରଞ୍ଜନ ଦୀପ, ଦୈତାରୀ ମାଝୀ, ସୁଶାନ୍ତ ବାରିକ, ନଳିନୀକାନ୍ତି ମାଝୀ, ଆୟୋରନ୍ସ ମାର୍ସଲ ପ୍ରତ୍ୟୁଷ ତିର୍କୀ, ମହେନ୍ଦ୍ରନାଥ ସିଂ, ସସ୍ମିତା ମିଶ୍ର, ସମୀର ପୁଝାରୀ, ଲକ୍ଷ୍ମଣ ବିଶ୍ୱାଳ, ଲିଙ୍ଗରାଜ ପଧାନ, ଗୁଣନିଧି ଛତ୍ରିଆ, ବିଷ୍ଣୁ ଆଡ଼ଯୁଆଡ଼, ଧନୁ ନାୟକ, କୁଣ୍ଡଜା ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।