ବେଲଖଣ୍ଡିରେ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଡ଼ିଗ୍ରୀ ମହାବିଦ୍ୟାଳୟ ବେଲଖଣ୍ଡିରେ ଅଧକ୍ଷ ଦୁର୍ଯ୍ୟୋଧନ ଦାଶଙ୍କ ସଭାପତିତ୍ବରେ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବେଲଖଣ୍ଡି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସି.ଏଚ.ଓ. ସୁମତି ସେଲମା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତ ଛାତ୍ରୀ ଛାତ୍ରଙ୍କୁ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆମେ ଏକ ସୁସ୍ଥ ଓ ସୁଖୀ ଜୀବନ କିପରି ବଞ୍ଚି ପାରିବା ସେ ଉପରେ ସମସ୍ତେ ସଚେତନ ହେବା। ସୁସ୍ଥ ଜୀଇଁବା ପାଇଁ ଆମର ନିଜସ୍ଵ ପ୍ରୟାସ ରହିବା ଅତ୍ୟନ୍ତ ଆବଶ୍ୟକ ବୋଲି କହିବା ସହ ଏ ବିଷୟରେ ଅନେକ ଗୁଡିଏ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ। ଏହି ସଭାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.