ରାଷ୍ଟ୍ରୀୟ ପୋଷଣ ମାସ ଓ ବିଶ୍ୱ ଖାଦ୍ୟ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ପୋଷଣ ମାସ ଏବଂ ଜାତୀୟ ଖାଦ୍ୟ ଦିବସ ମହା ଆଡମ୍ବରରେ ପାଳିତ ହେଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜୁରି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି, ଅଧ୍ୟାପକ ସରୋଜ କୁମାର ମେହେର, ଅଧ୍ୟାପିକା ପଦ୍ମାଳୟା ଦଣ୍ଡାସେନା, ସୁଜାତା ମହାନ୍ତି, ଅର୍ଚ୍ଚନା ଗୁଚ୍ଛି, ଲୁସି ଗଉଡ, କୁମୁଦିନୀ ନାଏକ, ସନ୍ଧ୍ୟା ବାରିକ, ଝରଣା ପ୍ରଧାନଙ୍କ ସମେତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ। ଉତ୍ତମ ପୋଷଣ ହିଁ ଉତ୍ତମ ଜୀବନ। ଉତ୍ତମ ଖାଦ୍ୟ ଗ୍ରହଣ ନ କରି ଆଜି କେତେ ପ୍ରକାର ରୋଗର ଶିକାର ହେବାକୁ ପଡୁଛି। ତେଣୁ ସବୁବେଳେ ଉତ୍ତମ ଖାଦ୍ୟ ପ୍ରତି ଧ୍ୟାନ ଦେବା ବୋଲି ଅଧ୍ୟକ୍ଷା ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଶେଷରେ ଛାତ୍ରୀ ମାନେ ଘରୁ ତିଆରି କରି ଆଣିଥିବା ଖାଦ୍ୟକୁ ସମସ୍ତେ ତଦାରଖ କରିଥିଲେ।କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ଅଧ୍ୟାପକ ଜୟଦ୍ରଥ ସୁନା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.