ଚୂରା ଗାଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): ଗୁରୁବାର ଦିନ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଚୂରା ଗାଁ କ୍ଲଷ୍ଟର ର ସୁରଭି ୨୦୨୫ କାର୍ଯ୍ୟକ୍ରମ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଦୀଶ୍ଵର ମୁଣ୍ଡ ଙ୍କ ସଭାପତିତ୍ୱରେ ତୋତ୍ରାଗୁଡା ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କ୍ଲଷ୍ଟରର ମୋଟ ୧୩ ଟି ପ୍ରାଥମିକ ବିଦ୍ୟାଳୟ ସମେତ ଦୁଇଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ହାରାମାଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁଶୀଳା ଦୁର୍ଗା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ କଲମପୁର ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବେହେରା ଯୋଗଦେଇଥିଲେ, ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ରାମେଶ୍ୱର ନାଏକ ଓ ଅତିଥି ଭାବେ ଶିକ୍ଷକ ଗୋଲକ ଚନ୍ଦ୍ର ବାଗ, ଦାଶରଥି ମହାପାତ୍ର, ରମାରଞ୍ଜନ ପଣ୍ଡା, ଫାଳଗୁନି ରାଉତ, ବିଦ୍ୟାଳୟ ସଭାପତି ଜଗତରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପ‌ତ୍ର ଓ ଟ୍ରଫି ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟେମରା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନସ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିବା ବେଳେ ଚୂରା ଗାଁ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଗୋଲକ ଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଟି ଚୂରାଗାଁ କ୍ଲଷ୍ଟର ର ସିଆରସିସି ଶ୍ରୀଯୁକ୍ତ ବିଜୟ କୁମାର ସୁରଦେଓ ଓ ତୋତ୍ରାଗୁଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବ୍ୟ କୁମାର ଡନସେନା ଓ ସହକାରୀ ଶିକ୍ଷକ ଯୋଗୀନ୍ଦ୍ର ଅଘରିଆ ତଥା ତୋତ୍ରାଗୁଡା ଗ୍ରାମବାସୀ ବୃନ୍ଦ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ଆୟୋଜନ କରାଯଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.