ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଯୁବଛାତ୍ର ବିଜେଡି ତରଫରୁ ଆୟୋଜିତ ହେଲା ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ ଉପଲକ୍ଷେ ଆଜି ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଏକ ୧୦୨ ୟୁନିଟର ରକ୍ତଦାନ ଶିବିର ସ୍ଥାନୀୟ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ଆୟୋଜନ କରାଯାଇଥିଲା। ଏହି ଶିବିରକୁ ପୂର୍ବତନ ଛାତ୍ର ସଭାପତି ସିମନ ଦାସ ମହାପାତ୍ର ପରିଚାଳନା କରିଥିବା ବେଳେ ପୂର୍ବତନ ଜ଼ିଲ୍ଲା ଯୁବ ସଭାପତି ତାପସ ପରିଡା,ପୂର୍ବତନ ଜୋନ ସଭାପତି ଜୟରାମ ଦାସ, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ତାପସ ପାଣିଗ୍ରାହୀ,ପୂର୍ବତନ ଯୁବ ରାଜ୍ୟ ସାଧାରଣ ସମ୍ପାଦକ ଓମପ୍ରକାଶ ମହାପାତ୍ର, ଯୁବ ନେତା ଅସିତ ଦାସ, ଶକ୍ତିପଦ ରାୟ,ସଞ୍ଜୀବ ଦାସ, ସଞ୍ଜୟ ସେଠୀ, ଗୌର ମଲ୍ଲିକ, ଶରତ ବେହେରା, ଅନିରୁଦ୍ଧ ପ୍ରଧାନ, ଲମ୍ବୋଦର ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ଅତିଥି ଭାବେ ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା, ଜ଼ିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ମୁନିସିପାଲିଟି ଅଧକ୍ଷା ସବିତା ସାହୁ, ବରିଷ୍ଠ ବିଜେଡି ନେତା ବରଦା ପ୍ରସନ୍ନ ପଟ୍ଟନାୟକ, ବ୍ଲକ ଅଧକ୍ଷା ସୁନିତା ବେହେରା, ବିବିସିସି ବ୍ୟାଙ୍କ ସଭାପତି ଗଣେଶ ମହାପାତ୍ର, ଅର୍ବାନ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର, ପୂର୍ବତନ ବ୍ରିଟ୍ ଅଧକ୍ଷ୍ୟ ଆଲୋକ ସାହୁ, କୃଷକ ନେତା ଅଜୟ ସାମଲ, ନାରୀନେତ୍ରୀ ଆଶ୍ରିତା ତରେଇ, କାଉନସିଲର ରଞ୍ଜିତା ମହାପାତ୍ର, ସଲିମା ବିବି, ପ୍ରୀତିଲତା ସେଠୀ, ରୋଜି ପଟ୍ଟନାୟକ, ମିନତୀ ସେଠୀ, ସୋନାଲି ସାହା, ଛାତ୍ର ନେତା ସୁଶୀଲ ପଣ୍ଡା, ରାହୁଲ ନାୟକ, ଗଜେନ୍ଦ୍ର ନାୟକ, ନରୋତ୍ତମ ଦାସ, ଓମକାର ନାୟକ, ହର୍ଷ ଖଣ୍ଡେଲୱାଲ, ସମ୍ବିତ ନାୟକ, ଦେବରାଜ ଦେ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.