କଲ୍ୟାଣ ସିଂହପୁର ବ୍ଲକର ବିଭିନ୍ନ ସ୍ଥାନରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କଲ୍ୟାଣ ସିଂହପୁର ଆଞ୍ଚଳିକ ସଂଯୋଜକ ମଧୁସୂଦନ ସେନାପତି ଙ୍କ ନେତୃତ୍ୱ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀ ରମାକାନ୍ତ ପରିଛା ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲ୍ୟାଣ ସିଂହପୁର ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମୋହନ ରାଓ କଣ୍ଡାଗରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ |

ଏଠାରେ ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ସେଠି ମଞ୍ଚାସୀନ ରହିଥିଲେ | କାର୍ଯ୍ୟକ୍ରମରେ କ୍ଲଷ୍ଟର ସ୍ତରରୁ ତଥା ୧୩ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରୁ ଆସି ପହଞ୍ଚିଥିବା ଛାତ୍ର ଛାତ୍ରୀ ମାନଙ୍କୁ କନିଷ୍ଟ,ବରିଷ୍ଠ ଓ ଭିନ୍ନକ୍ଷମ ଭାବେରେ ବିଭକ୍ତ କରି ହସ୍ତାକ୍ଷର,ସଂଗୀତ ତର୍କ,ତଥା କୁଇଜ୍ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯାଇଥିଲା |

ଅତିଥି ମାନେ ନିଜ ନିଜର ଅଭିଭାଷଣ ରେ ଶିକ୍ଷା ସହ ଛାତ୍ର ଛାତ୍ରୀ ମାନଙ୍କ ଠାରେ ଲୁକାୟିତ ରହିଥିବା ପ୍ରତିଭା କୁ ଲୋକ ଲୋଚନ କୁ ଆଣିବା ନିମନ୍ତେ ଏହା ଏକ ଉତ୍ତମ ପଦକ୍ଷେପ ବୋଲି କହିଥିଲେ | କାର୍ଯ୍ୟକ୍ରମ ରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ହେବାକୁ ଥିବା ଗୋଷ୍ଠୀ ସ୍ତରୀୟ ଶିଶୁ ମହାତ୍ସବ ସୁରଭି କାର୍ଯ୍ୟକ୍ରମ ରେ ଭାଗ ନେବାକୁ ଉତ୍ସାହିତ ପୂର୍ବକ ଉପସ୍ଥିତ ଅତିଥି ମାନଙ୍କ କରକମଳ ରେ ପୁରସ୍କାର ସହ ମାନପତ୍ର ଗୁଡ଼ିକ ପ୍ରଦାନ କରାଯାଇଥିଲା |

ସେହିଭଳି କଲ୍ୟାଣ ସିଂହପୁର ବ୍ଲକର ମାଝୀଗୁଡା କ୍ଲଷ୍ଟରରେ କ୍ଲଷ୍ଟର ସଂଯୋଜକ ଶ୍ରୀ ଶରତ କରକରିଆଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି |

ବୁଡ଼ାଗୁଡା କ୍ଲଷ୍ଟର ର ଢ଼େପାଗୁଡା ଆଶ୍ରମରେ କ୍ଲଷ୍ଟର ସଂଯୋଜକ ଶ୍ରୀ ବନମାଳୀ ଶବର ଙ୍କ ତତ୍ୱାବଧାନରେ ଢ଼େପାଗୁଡା ପ୍ରଧାନ ଶିକ୍ଷକ ରଙ୍ଗନାଥ କରକରିଆ ଙ୍କ ନେତୃତ୍ୱ ରେ ପାଳିତ ହୋଇଥିବା ବେଳେ ବଳକା ସମସ୍ତ ପଞ୍ଚାୟତ ରେ ନିଜ ନିଜର କ୍ଳଷ୍ଟର ସ୍ତରରେ ସଞ୍ଜଯୋକ ମାନେ ସୁରଭି କାର୍ଯ୍ୟକ୍ରମ ମାନ ସମ୍ପନ୍ନ କରିଛନ୍ତି | କାର୍ଯ୍ୟକ୍ରମ ଗୁଡ଼ିକ ରେ ନିଜ ନିଜର କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.