ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନାଙ୍କ ସୁପାରିଶ କ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଭାଗୀୟ ସଚିବ ଥିବା ଉଷା ପାଢ଼ୀଙ୍କ ସହଯୋଗରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ମାଆ ତାରାତାରିଣୀ ଙ୍କ ଉପରକୁ ଯିବା ଗେଟ ସମ୍ମୁଖରୁ ପୂଜାର୍ଚନା ପରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ର ସ୍ୱତନ୍ତ୍ର ଭୋଲବୋ ଏସି ବସ ଭାରତର ୪ ଗୋଟି ପୀଠ ମଧ୍ୟରୁ ସ୍ତନ ପୀଠ ତାରାତାରିଣୀ ମୁଖ ପୀଠ କଲିକତାର କାଳୀ ଓ ଯୋନି ପୀଠ ଭାବେ ପରିଗଣିତ ଆସାମର କାମାକ୍ଷା କୁ ପ୍ରତିଦିନ ଦୁଇଦିନ ମଧ୍ୟରେ ଯିବା ଆସିବା ପାଈଁ ଦୁଇଗୋଟି ବସ ର ବ୍ୟବସ୍ତା କରାଯାଇ ଥିଲା | ଏହା
ଗତ ସେପ୍ଟେମ୍ବର ତା– 30/09/2025 ରିଖ ଆଶ୍ୱିନ ମାସ ଶୁକ୍ଳ ଅଷ୍ଟମୀ ଠାରୁ ଯାତ୍ରା କରିଥିଲା | ଉଦ୍ଧେଶ୍ୟ ଥିଲା ଏହି ତିନୋଟି ପୀଠକୁ ଦୈନିକ ପର୍ଯ୍ୟଟନ ମାନେ ଯିବା ଆସିବା କରିବା ସହ ଭାରତର ଧର୍ମ,କଳା, ସଂସ୍କୃତି ସହ ସାମିଲ ହୋଇ ନିଜ, ନିଜ ରାଜ୍ୟର ପର୍ଯ୍ୟଟନ ପୀଠର ବିକାଶ କରିବା ନିମନ୍ତେ ଏହି ପ୍ରୟାସ କରାଯାଇ ଥିଲା | ଯାହାକି ସ୍ୱାଗତ ଯୋଗ୍ୟ ପଦେକ୍ଷେପ ଅଟେ | ବିଶେଷ କରି ମାନ୍ୟବରଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଏହି ପୀଠର ମାହାତ୍ମ୍ୟ ବିଷୟରେ ଅବଗତ ହୋଇ ଥିବାରୁ ଏହା ସମ୍ଭବ ହୋଇଥିଲା | ଏହା ସହ ଗଞ୍ଜାମ ଜିଲ୍ଳାର ପରିବହନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ବିଭୁତି ଭୂଷଣ ଜେନାଙ୍କ ସମ୍ପୂର୍ଣ ସହଯୋଗ ରେ ଏହା ଆରମ୍ଭ କରାଯାଇ ଥିଲା | ଯାହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ର ବିକାଶ ଏବଂ ଭକ୍ତଙ୍କ ମନରେ ଏଜ ଭାବାବେଗ ଜାଗ୍ରତ ପାଈଁ ଏହି ଯାତ୍ରାର ଆୟୋଜନ କରାଯାଇଥିଲା | ଆଗାମୀ ଦିନରେ ପାଦ ପୀଠ ବିମଳା ଅର୍ଥାତ ଶ୍ରୀକ୍ଷେତ୍ର କୁ ମଧ୍ୟ ବସ ଯାଇ ସମ୍ପୂର୍ଣ ଚାରିପୀଠ କୁ ଦର୍ଶନ କରିବା ଲକ୍ଷ ରଖାଯାଇଥିଲା | ତେବେ ବିଡମ୍ବନା ର ବିଷୟ ଏହିକି ଯେ ଯାଇଥିବା ବସ କିମ୍ବା କାମାକ୍ଷୀ ରୁ ବାହାରିଥିବା ବସ ଏଠାକୁ କାହିଁକି ଆସିଲାନି ତା ଉପରେ ମଧ୍ୟ କୌଣସି ସୂଚନା ଦିଆଗଲା ନାହିଁ | ଯାହା ଫଳରେ ପୂର୍ବରୁ ପ୍ରଚାରିତ ବସ ସେବା ପାଈଁ ଅନେକ ଭକ୍ତ ବ୍ରହ୍ମପୁର, ତାରାତାରିଣୀ ଆସି ବସ ଆସୁନଥିବାରୁ ମନ ଦୁଃଖରେ ଫେରୁଛନ୍ତି | ତେଣୁ ରାଜ୍ୟ ସରକାର ବିଶେଷ କରି ପରିବହନ ମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେଇ ବସ ର ପୁନଃ ପ୍ରଚଳନକଲେ ବହୁ ଭକ୍ତ ଉପକୃତ ହୋଇ ପାରିବେ | ନଚେତ ଭକ୍ତଙ୍କ ମନରେ ଯେଉଁ ବିଶ୍ୱାସ ଜନ୍ମେଇ ତାଙ୍କୁ ନିରାଶ କରିବା ଦ୍ୱାରା ଆଉ କୌଣସି କ୍ଷେତ୍ର ରେ ସେମାନେ ସେହି କଥାକୁ ବିଶ୍ୱାସ କରିବେ ନାହିଁ | ତେଣୁ ପୁଣି ପରିବହନ ମନ୍ତ୍ରୀ ଏହା ଉପରେ ଯଥେଷ୍ଟ ଗୁରୁତ୍ୱ ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି |