ରାଜ୍ୟସ୍ତରୀୟ କ୍ୱାନ କି ଡୁ ଏବଂ ଷଷ୍ଠଦଶ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିଅନସିପ୍ : ଦ୍ୱିତୀୟ ସ୍ଥାନରେ କଳାହାଣ୍ଡି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଟକସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଷଷ୍ଠ ରାଜ୍ୟସ୍ତରୀୟ କ୍ୱାନ କି ଡୁ ଏବଂ ଷଷ୍ଠ ଦଶ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିଅନସିପ୍-୨୦୨୫ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଳାହାଣ୍ଡି ଜିଲ୍ଲାର ମାଷ୍ଟର ଛବିଲାଲ ନିଆଲଙ୍କ ନିର୍ଦ୍ଦେଶକ୍ରମେ କେସିଙ୍ଗାର ମାଷ୍ଟର ଟଲଷ୍ଟୟ ଦୁର୍ଗା ମୁଖ୍ୟ କୋଚ୍ ଏବଂ ଭବାନୀପାଟଣାର ମାଷ୍ଟର ବିଜୟ ସହକାରୀ କୋଚ୍ ଭାବେ କଳାହାଣ୍ଡିର ୩୧ ଜଣ ପ୍ରତିଯୋଗୀଙ୍କ ସହ ଭାଗ ନେଇଥିଲେ।

ଏହାସହ କେସିଙ୍ଗା ୟଙ୍ଗ ବ୍ଲଡ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଦୀପ୍ତିରାଣୀ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ପ୍ରତିଯୋଗିତାରେ କଳାହାଣ୍ଡିରୁ ୧୨ ଜଣ ସ୍ୱର୍ଣ୍ଣପଦକ, ୧୨ ଜଣ ରୌପ୍ୟ ପଦକ ଓ ୧୦ ଜଣ କାଂସ୍ୟ ପଦକ ହାସଲ କରିବା ସହ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା କ୍ୱାନ କି ଡୁ ସଭାପତି ତାପସ ମିଶ୍ର ଅଫିସିଆଲ୍ ଭାବେ ଯୋଗ ଦେଇଥିବା ବେଳେ ଅଭିଭାବକ ଭାବେ ସୁନୀତା ବେବୋର୍ତ୍ତା, ତପନ କୁମାର ଦାଶ, ସୋନୁ ମିଶ୍ର, ରତ୍ନାକର ତାଣ୍ଡି ପ୍ରମୁଖ ପ୍ରତିଯୋଗୀ ଓ ଦଳକୁ ସହଯୋଗ, ଉତ୍ସାହିତ କରି ମନୋବଳ ବୃଦ୍ଧି କରିଥିଲେ।

ଏହି ସଫଳତା ପାଇଁ କେସିଙ୍ଗା ସାମ୍ବାଦିକ ସଂଘର ସଭାପତି ସୁଶାନ୍ତ ମହାପାତ୍ର, ସଂଗ୍ରାମ କେଶରୀ ସିଂଦେଓ, ବିବେକ ଦାଶ, ମଧୁସୂଦନ ଠାକୁର ସ୍ୱାଗତ କରିଥିବା ବେଳେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା, ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ନଗରପାଳ ରାମକୁମାର ଜୈନ, କଳାହାଣ୍ଡି ଆଥଲେଟିକ୍ ସଂଘର ସଂପାଦକ ପୁରନ୍ଦର ଭୋଇ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.