ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଯାଦବ ସମିତି ଆନୁକୁଲ୍ୟରେ ଦଶପୁର ଜୋନାଲ ସ୍ତରୀୟ ବନ୍ଧୁ ମିଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଗୋଲାମୁଣ୍ଡା ବ୍ଳକ ଯାଦବ ସମାଜ ସଭାପତି ଗିରିଧାରୀ ତେଜିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ସମାଜର ସଭାପତି ନୃପରାଜ ଯାଦବ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି ଅରୁପାନନ୍ଦ ନାଗ, ଧର୍ମଗଡ ବ୍ଲକ ଯାଦବ ସମିତି ସଭାପତି ଶଙ୍କର ପ୍ରସାଦ ଜୁଏଡ, ଜୁନାଗଡ଼ ବ୍ଳକ ସଭାପତି ଗୌରହରି ବାଗ, ଜୁନାଗଡ଼ ବ୍ଳକ ଯାଦବ ସମିତି ମହିଳା ସେଲ ସଭାନେତ୍ରୀ ସଙ୍ଗିତା ଖର୍ସେଲ ଓ ମୁଖ୍ୟ ବକ୍ତା ଭାବେ ନୂଆପଡ଼ା ଜିଲ୍ଲା ସଭାନେତ୍ରୀ ମମତା ମଞ୍ଜରୀ ଥପା ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଯାଦବ ସମିତି ଉପ ସଭାପତି ରେବା କଟା, ସହ ସମ୍ପାଦକ ସଦାଶିବ ବେମାଲ, ଶିକ୍ଷାବିତ୍ ତରଙ୍ଗ ଚଣ୍ଡୀ, ଯୁବ ସାମ୍ବାଦିକ ବ୍ରହ୍ମା ପ୍ରସାଦ କାଣ୍ଡ, କେଗାଁ ଜୋନାଲ ସଭାପତି ଦିନରାମ କେତକୀ, ଗୋଲାମୁଣ୍ଡାର ସମାଜସେବୀ ରାଜେଶ ବଗର୍ତ୍ତି, ନର୍ଲା ଯାଦବ ସମିତିର ସଭାପତି ଲିଙ୍ଗରାଜ କରୁଆଁ ପ୍ରମୁଖ ମଞ୍ଚାସିନ ହୋଇ ସମାଜ ସଂକ୍ରାନ୍ତିୟ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ୨୭ ଗୋଟି ଆଞ୍ଚଳିକ ଯାଦବ ସମିତିର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ଗୋଲାମୁଣ୍ଡା ବ୍ଲକ ଯାଦବ ସମିତିର ସଂପାଦକ ପରୀକ୍ଷିତ ଖର୍ସେଲ ମଞ୍ଚ ପରିଚାଳନା କରିଥିଲେ। ଦଶପୁର, ଚିଚିଆ ଓ ଟେମରି ଗ୍ରାମ ପଞ୍ଚାୟତରୁ ପାଖାପାଖି ଏକ ହଜାର ଯାଦବ ପୁରୁଷ ଓ ମହିଳା ଉପସ୍ଥିତ ରହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।