ଦୁର୍ଗମ ଫୁଲଡୁମେରରେ ଗ୍ରାମବାସୀଙ୍କ ସହ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷ ପାଳିଲେ ଦୀପାବଳି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିୟମଗିରି ପର୍ବତର ପାଦଦେଶରେ ଥିବା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଗାଁରେ ଆଲୋକର ପର୍ବ ଦୀପାବଳି ପାଳନ କରିଛି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ। ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶଶାଙ୍କ ପାତ୍ର, ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ କୁମାର ସାହୁ ଫୁଲଡୁମେରଠାରେ ପହଞ୍ଚିବା ପରେ ଗାଁର ସମସ୍ତ ଆଦିବାସୀ ମହିଳା ଓ ପୁରୁଷ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ସମସ୍ତେ ମିଶି ହର୍ଷ ଉଲ୍ଲାସର ସହିତ ଦୀପାବଳି ପାଳନରେ ସାମିଲ ହୋଇଥିଲେ। ବ୍ଲକ ପ୍ରଶାସନର ଏହି ନିଆରା ପ୍ରୟାସକୁ ଫୁଲଡୁମେର ଗ୍ରାମବାସୀ ବେଶ ପ୍ରଶଂସା କରିଛନ୍ତି।