ଜିଲ୍ଲାପାଳଙ୍କ ଉପସ୍ଥିତିରେ ଗୁରୁତର ହର୍ଷବର୍ଦ୍ଧନଙ୍କୁ ପଠାଗଲା କଟକ ବଡ଼ ମେଡ଼ିକାଲ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଉପସ୍ଥିତିରେ ହୃଦରୋଗ ଓ ସ୍ନାୟୁ ସମ୍ବନ୍ଧୀୟ ରୋଗରେ ଗୁରୁତର ଭାବେ ପୀଡ଼ିତ ଥିବା ହର୍ଷବର୍ଦ୍ଧନ (୧୫)ଙ୍କୁ ସୁବର୍ଣ୍ଣପୁରରୁ କଟକ ଏସସିବି ମେଡିକାଲରେକୁ ଉଚ୍ଚ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି l ଗତକାଲି ସକାଳ ୮ ଟା ବେଳେ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସ କର୍ମଚାରୀ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ୪.୩୦ ରେ ପହଞ୍ଚିବା ପରେ ହର୍ଷବର୍ଦ୍ଧନ କୁ ତୁରନ୍ତ ଭର୍ତ୍ତି କରାଯିବା ସହ ପ୍ରାଥମିକ ଚିକିତ୍ସା ଆରମ୍ଭ ହୋଇଛି l କଟକ ଏସସିବି ମେଡିକାଲ୍ ର ପ୍ରାକ୍ତନ ଅଧିକ୍ଷୀକ ବରିଷ୍ଠ ଡ. ଦତ୍ତେଶ୍ୱର ହୋତା ଓ କାଡିଓଲୋଜୀ ବିଭାଗର ମୁଖ୍ୟ ଡ଼. ମନୋଜ ପଟ୍ଟନାୟକଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଡ଼ାକ୍ତର ମାନେ ସ୍ୱାସ୍ଥ୍ୟ ଅନୁଧ୍ୟାନ କରୁଛନ୍ତି l କଟକ ସ୍ଥାନାନ୍ତରିତ ବେଳେ  ଜିଲ୍ଲାପାଳଙ୍କ ସହ ଡାକ୍ତରୀ ଦଳ, ଓଡିଶା ସାମ୍ୱାଦିକ ସଂଘର ଉପଦେଷ୍ଟା ପର୍ଶୁରାମ ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା, ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ସାହୁ, କାଉନସିଲର ଗଙ୍ଗା ତରିଆ, ଅନେକ ସ୍ୱେଚ୍ଛାସେବୀ ତଥା ବୁଦ୍ଧିଜିବୀ ପ୍ରଦୀପ ପୁରୋହିତ, ଜ୍ୟୋତି ରଞ୍ଜନ ପଟ୍ଟନାୟକ ତଥା ଶତାଧିକ ସ୍ଥାନୀୟ ବାସିନ୍ଦା ସାହି ପଡିଶା ଉପସ୍ଥିତ ରହି ହର୍ଷ ବର୍ଦ୍ଧନଙ୍କ ଆଶୁ ଅରୋଗ୍ୟ କାମନା କରିଥିଲେ l ସୂଚନା ଯୋଗ୍ୟ ଯେ ହର୍ଷବର୍ଦ୍ଧନଙ୍କ ବାପା ଯୁଧିଷ୍ଠିର ସାହୁ ଦୀର୍ଘ ୩୦ ବର୍ଷ ହେବ ପେପର ହକର ତଥା ଏକ ଗଣମାଧ୍ୟମ ପ୍ରତିନିଧି ଭାବରେ ବର୍ତ୍ତମାନ କାର୍ଯ୍ୟରତ ଥିବାବେଳେ ଆର୍ଥିକ ସ୍ୱଚ୍ଛଳ ନ ଥିବା ଯୋଗୁଁ ପରିବାର ଭାଙ୍ଗି ପଡିଥିଲେ l ପରେ ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲାପାଳ, ଏସପି, କଟକ ବଡ଼ ଡ଼ାକ୍ତରଖାନାର ଡାକ୍ତର ଦତ୍ତେଶ୍ୱର ହୋତା ଓ ଓଡ଼ିଶା ସାମ୍ୱାଦିକ ସଂଘ ସଦସ୍ୟ ହର୍ଷବର୍ଦ୍ଧନଙ୍କ ଘରକୁ ଯାଇ ଦୀର୍ଘ ପନ୍ଦର ଦିନ ଧରି ଯୋଗାଯୋଗ ରଖି ଏହି ପରିବାରକୁ ସାହାସ ଯୋଗାଇ ଥିଲେ l କଟକ ବଡ଼ ଡ଼ାକ୍ତରଖାନାର ଡାକ୍ତରୀ ଦଳ ସହ ଉଚ୍ଚ ଚିକିତ୍ସା ପାଇଁ ବିଚାର ବିମର୍ଶ କରିବା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ସୁଚନା ମିଳିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.